ଭାରତୀୟ ରେଳବୋର୍ଡର ବଡ ନିଷ୍ପତ୍ତି, ଏସବୁ କ୍ଲାସର ଟିକେଟ ଉପରେ କମିବ ୨୫ ପ୍ରତିଶତ ଭଡା

4,650

କନକ ବ୍ୟୁରୋ : ଭାରତୀୟ ରେଳ ବୋର୍ଡ ପକ୍ଷରୁ ବନ୍ଦେ ଭାରତ ସମେତ ସମସ୍ତ ଟ୍ରେନର ଏସି ଚେୟାର କାର ଓ ଏଗଜିକ୍ୟୁଟିଭ କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ବୋର୍ଡ ତରଫରୁ କୁହାଯାଇଛି କି ବନ୍ଦେ ଭାରତ ସମେତ ସମସ୍ତ ଟ୍ରେନର ଏସି ଚେୟାର କାର ଓ ଏଗକିକ୍ୟୁଟିଭ କ୍ଲାସ ଟିକେଟ ଉପରେ ୨୫ ପ୍ରତିଶତ ଦାମ ହ୍ରାସ କରାଯିବ । ଗତ ୩୦ ଦିନ ମଧ୍ୟରେ ଭାରତୀୟ ରେଳରେ ଏସବୁ କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ୫୦ ପ୍ରତିଶତ କମିବା ପରେ ଭାରତୀୟ ରେଳ ବୋର୍ଡ ଏଭଳି ନିଷ୍ପତ୍ତି ନେଇଛି ।