କନକ ବ୍ୟୁରୋ : ଆଇପିଏଲ ମହାନିଲାମୀ ପୂର୍ବରୁ ପୁରୁଣା ୮ଟି ଫ୍ରାଞ୍ଚାଇଜ ନିଜ ମନପସନ୍ଦର ଖେଳାଳୀଙ୍କୁ ରିଟେନ କରିଛନ୍ତି । ଆଉ ଏହି କ୍ରମରେ ରାଜସ୍ଥାନ ରୟାଲ୍ସ ୩ ଜଣ ଖେଳାଳୀଙ୍କୁ ରିଟେନ କରିଛି । ସଞ୍ଜୁ ସାମସନଙ୍କ ସମେତ ଜସ୍ ବଟଲର ଏବଂ ଜସଶ୍ୱୀ ଜୟସ୍ୱାଲଙ୍କୁ ରିଟେନ କରିଛି ରାଜସ୍ଥାନ ରୟାଲ୍ସ । ତେବେ ସଞ୍ଜୁ ସାମସନଙ୍କୁ ରାଜସ୍ଥାନ ପ୍ରଥମ ପସନ୍ଦର ଖେଳାଳୀ ଭାବେ ୧୪ କୋଟି ଟଙ୍କା ଦେଇ ଟିମରେ ରଖିଥିବା ବେଳେ ବଟଲରଙ୍କୁ ଦ୍ୱିତୀୟ ପସନ୍ଦର ଖେଳାଳୀ ଭାବେ ୧୦ କୋଟି ଦେଇ ଦଳ ରିଟେନ କରିଛି ।
ଏହି ୩ଜଣ ଖେଳାଳୀଙ୍କୁ ରିଟେନ୍ ରଖିଲା ରାଜସ୍ଥାନ ରୟାଲ୍ସ । @rajasthanroyals@IPLpic.twitter.com/4vfSZGEUEj
— Kanak News (@kanak_news) November 30, 2021
ଅନ୍ୟପଟେ ସରପ୍ରାଇଜ୍ ପ୍ୟାକେଟ୍ ଭାବେ ରାଜସ୍ଥାନ ତୃତୀୟ ପସନ୍ଦର ଖେଳାଳୀ ଭାବେ ଜସଶ୍ୱୀ ଜୟସ୍ୱାଲଙ୍କୁ ୪ କୋଟି ଦେଇ ରିଟେନ କରିଛି । ଏହିଭଳି ଭାବେ ୩ ଖେଳାଳୀଙ୍କୁ ରିଟେନ କରିବାକୁ ୨୮ କୋଟି ଟଙ୍କା ଖର୍ଚ୍ଚ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/46-9.jpg)