WWE ରେସଲର ଜନ ସିନା ଭାରତୀୟ ? ଜାଣନ୍ତୁ କାହିଁକି ଏମିତି କହିଲେ ଫ୍ୟାନ୍ସ ।

230

କନକ ବ୍ୟୁରୋ : ପୁଣି ଥରେ WWEର ସୁପରଷ୍ଟାର ରେସଲର ଜନ୍ ସିନାଙ୍କୁ ନେଇ ଚର୍ଚ୍ଚା । ଏଥର ତାଙ୍କ ପ୍ରଂଶସକ ମାନେ ତାଙ୍କୁ ଭାରତୀୟ ବୋଲି ସମ୍ବୋଧନ କରିଛନ୍ତି । ତେବେ ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହଲିଉଡର ଷ୍ଟାର ଏବଂ WWEର ଏହି ରେସଲର ତାଙ୍କ ଇନଷ୍ଟାଗ୍ରାମ ପେଜରେ ବିଭିନ୍ନ ସମୟରେ ଭାରତୀୟଙ୍କ ଫଟୋ ପୋଷ୍ଟ କରିଥାନ୍ତି ।

ପୂର୍ବରୁ ମଧ୍ୟ ଲୋକପ୍ରିୟ ଟିଭି ସୋ ବିଗ୍ ବସର ଫାଇନାଲିଷ୍ଟ ଆସିମ ରିଆଜଙ୍କ ଫଟୋ ପୋଷ୍ଟ କରିଥିଲେ ଜନ ସିନା । ଏବଂ ଏହା ପରେ ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତରେ ମଧ୍ୟ ସିଦ୍ଧାର୍ଥଙ୍କର ଏକ ଫଟୋ ନିଜ ଇନଷ୍ଟାଗ୍ରାମ ପେଜରେ ସେ ସେୟାର କରିଥିଲେ । ଆଉ ଜନ ସିନାଙ୍କ ଏଭଳି ପୋଷ୍ଟ ସେତେବେଳେ କୋଟି କୋଟି ଭାରତୀୟଙ୍କ ମନ କିଣିନେଇଥିଲା ।

 

View this post on Instagram

 

A post shared by John Cena (@johncena)

ଆଉ ଏବେ ଲୋକପ୍ରିୟ ଚଳଚ୍ଚିତ୍ର ମୁନ୍ନାଭାଇ ଏମବିବିଏସରେ ସର୍କିଟ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ଜିଣିନେଇଥିବା ଅଭିନେତା ଅର୍ସଦ ୱାର୍ସିଙ୍କ ଫଟୋ ସେୟାର କରିଛନ୍ତି ଜନ ସିନା । ଅର୍ସଦ ନିଜ ଫିଟନେସ୍ ଉପରେ ଧ୍ୟାନ ଦେଇଥିବା ବେଳେ ତାଙ୍କର ଏକ ଫିଟନେସ୍ ଫଟୋ ସେୟାର କରିଥିଲେ । ଆଉ ଏହି ପୋଷ୍ଟକୁ ନିଜ ପେଜରେ ସେୟାର କରିଛନ୍ତି ଜନ୍ ସିନା । ଆଉ ସବୁଠୁ ରୋମାଞ୍ଚକର କଥା ହେଉଛି, ଏହି ପୋଷ୍ଟରେ ଅନେକ ଭାରତୀୟ କମେଣ୍ଟ କରିଛନ୍ତି । ଏବଂ ସବୁବେଳେ ବିଭିନ୍ନ ଭାରତୀୟଙ୍କ ଫଟୋ ପୋଷ୍ଟ କରୁଥିବାରୁ ଲୋକେ ତାଙ୍କୁ ଭାରତୀୟ ବୋଲି ମଧ୍ୟ କହିଛନ୍ତି ।

 

View this post on Instagram

 

A post shared by John Cena (@johncena)