କନକ ବ୍ୟୁରୋ : ଅଥର ରୋଡ ଜେଲରେ ପୁରା ୨୫ ଦିନ, ନା ଥିଲା ସମ୍ଭ୍ରାନ୍ତ ପରିବେଶ, ନା ମିଳୁଥିଲା ମନ ମୁତାବକ ଖାଦ୍ୟ । କାଳ କୋଠରୀ ଭିତରେ ପୁରା ୨୫ ଦିନ କାଟିବା ପରେ ବଲିଉଡ ବାଦଶାହା ଶହାରୁଖଙ୍କ ଅନ୍ଧଲଉଡି କାଲି ପୁଣିଥରେ ଘରକୁ ବାହୁଡିବେ । ଏନେଇ ଶାହାରୁଖଙ୍କ ବାସଭବନ ଆଗରେ ଲାଗିଛି ପ୍ରଶଂସକଙ୍କ ଭିଡ । ଏହାସହ ଆରୟନଙ୍କୁ ସ୍ୱାଗତ କରିବାକୁ ପୁରା ସଜେଇ ହେଇଛି ମନ୍ନତ ଓ ପ୍ରବେଶ ଦ୍ୱାରରେ ଲାଗିଛି ୱେଲକମ୍ ପୋଷ୍ଟର ।
ଆରୟନଙ୍କ ଜାମିନ ପରେ ବଲିଉଡର ବଡ ବଡ ହସ୍ତିମାନେ ଖୁସି ଜାହିର କରିବା ସହ ବୟାନ ବି ଜାରି କରିଛନ୍ତି । ଏହି ତାଲିକାରେ ସୁନୁ ସୁଦ, ମଲାଇକା ଆରୋରା ଭଳି କଳାକାର ସାମିଲ ହୋଇଛନ୍ତି । ଅନ୍ୟପଟେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଥିବା ନୱାବ ମଲ୍ଲିକ କହିଛନ୍ତି କି ଆରୟନଙ୍କ ଜାମିନ ସିନା ହୋଇଗଲା ହେଲେ ଲୋକମାନେ ଏହି କାହାଣୀ ପଛରେ ଥିବା ସ୍ପଷ୍ଟଚିତ୍ର ଦେଖିବାକୁ ଆହୁରି ଅପେକ୍ଷା କରିବାକୁ ପଡିବ ।କହିରଖୁ କି ଆଜି ଆରୟନଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ ହାଇକୋର୍ଟ ସହମତ ହୋଇଥିବା ବେଳେ ସମ୍ପୂର୍ଣ୍ଣ ରାୟ ଆସନ୍ତାକାଲି ଆସିବ ବୋଲି ଅନୁମାନ କରାଯାଉଛି । ଏବେ ଜାଣିବା କୋର୍ଟ କେଉଁ କେଉଁ ସର୍ତ୍ତ ରଖି ଆରୟନଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
- ଆରୟନଙ୍କୁ ତାଙ୍କ ପାସପୋର୍ଟ ସ୍ପେଶାଲ କୋର୍ଟରେ ଦାଖଲ କରିବାକୁ ପଡିବ ।
- ଅଭିଯୁକ୍ତ ସାକ୍ଷୀମାନଙ୍କୁ ଯେଭଳି ପ୍ରଭାବିତ ନକରନ୍ତି ତାହା ଉପରେ ଧ୍ୟାନ ଦେବେ ।
- ଏହି ମାମଲାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଅନ୍ୟ ବ୍ୟକ୍ତିମାନଙ୍କ ସହ କଥା ହେବାରୁ ବିରତ ରହିବେ ।
- ଅଭିଯୁକ୍ତ ଗ୍ରେଟର ମୁମ୍ବାଇ ଏନଡିପିଏସ କୋର୍ଟର ବିଚାରପତିଙ୍କ ବିନା ଅନୁମତିରେ ଦେଶ ଛାଡିପାରିବେ ନାହିଁ ।
- ଅଭିଯୁକ୍ତଙ୍କୁ ପ୍ରତି ଶୁକ୍ରବାର ସକାଳ ୧୧ ଟା ଓ ଦ୍ୱିପ୍ରହର ୨ ଟା ବେଳେ ମୁମ୍ବାଇ ଏନସିବି କାର୍ଯ୍ୟାଳୟରେ ହାଜିରା ଦେବାକୁ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/Capture-33.jpg)