ପରଦାକୁ ଫେରିଲେ ବାହୁବଳୀ ପ୍ରଭାସ : ରିଲିଜ ହେଲା ରାଧେଶ୍ୟାମ; ମନ ଛୁଇଁଲା ପ୍ରଭାସ ଓ ପୂଜାଙ୍କ ଆର୍କଷଣୀୟ ଅଭିନୟ

157

କନକ ବ୍ୟୁରୋ : ପ୍ରଭାସ ଫ୍ୟାନଙ୍କ ଅପେକ୍ଷା ଶେଷ ହୋଇଛି । ପରଦାକୁ ଆସିଛି ସେନସେସନ ପ୍ରଭାସଙ୍କ ନୂଆ ଫିଲ୍ମ ରାଧେଶ୍ୟାମ । ଭିନ୍ନ ଏକ ଅବତାର, ଭିନ୍ନ ଏକ ଚରିତ୍ର ସହ ଦର୍ଶକଙ୍କ ପାଖକୁ ପ୍ରାୟ ୩ବର୍ଷର ବ୍ୟବଧାନ ପରେ ଫେରିଛନ୍ତି ବାହୁବଳୀ ଷ୍ଟାର । ସାହୋ ରିଲିଜର ୩ବର୍ଷ ପରେ ପ୍ରଭାସ ପୁଣି ରାଧେଶ୍ୟାମ ସହ ଦର୍ଶକଙ୍କ ପାଖକୁ ଫେରିଛନ୍ତି । ଫିଲ୍ମରେ ଜଣେ ଜ୍ୟୋତିଷ ଭୂମିକାରେ ତାଙ୍କ ଅଭିନୟକୁ ଦର୍ଶକମାନେ ରିଲିଜର ପ୍ରଥମ ଦିନରୁ ହିଁ ପସନ୍ଦ କରିବା ଆରମ୍ଭ କରିଛନ୍ତି ।

ପ୍ରଭାସଙ୍କ ବିପକ୍ଷରେ ଟପ ମଡେଲ ତଥା ବ୍ୟୁଟିକୁଇନ ପୂଜା ହେଗଡେ ନଜର ଆସିଛନ୍ତି । ନୂଆ ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ୧୯୭୦ ମସିହାର ଏକ ସତ କାହାଣୀକୁ ନେଇ ଫିଲ୍ମକୁ ପସ୍ତୁତ କରାଯାଇଛି । ଫିଲ୍ମରେ ସଚିନ୍ କେଡକର, ପ୍ରିୟଦର୍ଶୀ, ଭାଗଶ୍ରୀ, ଜଗପଥି ବାବୁ, ମୁରଲୀ ଶର୍ମା, କୁନା ଲରୟ କପୁର, ରିଧି କୁମାର ଆଦି କଳାକାରଙ୍କୁ ଅନ୍ୟାନ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ୟୁଭି କ୍ରିଏସନ୍ ଓ ଟିସିରିଜର ମିଳିତ ପ୍ରଯୋଜନାରେ ଫିଲ୍ମଟି ତିଆରି ହୋଇଛି ।

ସେପଟେ ସିନେମାର କାହାଣୀ ସମେତ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରାଧାକ୍ରିଷ୍ଣା କୁମାର । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ଜଷ୍ଟିନ ପ୍ରଭାକରଣ ଏବଂ ଥମନ ଏସ୍ । ଫିଲ୍ମର ସଫଳତାକୁ ନେଇ ନିର୍ଦ୍ଦେଶକ ବେସ ଆଶାୟୀ ଅଛନ୍ତି । ଫିଲ୍ମ ରାଧେଶ୍ୟାମ ହିନ୍ଦୀ ସମେତ, ତାମିଲ, ତେଲେଗୁ, କନ୍ନଡ ଓ ମାଳାୟଲମ ଭାଷାରେ ରିଲିଜ ହୋଇଛି । ମୋଟ ୩୫୦କୋଟି ବଜେଟରେ ନିର୍ମିତ ହୋଇଛି ରାଧେଶ୍ୟାମ ।