‘ପୃଥ୍ୱୀରାଜ’ର ଟିଜର ରିଲିଜ୍ । ଅକ୍ଷୟଙ୍କ ଲୁକକୁ ନେଇ ପ୍ରଶଂସକ ନିରାଶ ।

178

କନକ ବ୍ୟୁରୋ: ବଲିଉଡର ଆକ୍ସନ କିଙ୍ଗ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ୱୀରାଜ’ର ଟିଜର ରିଲିଜ୍ ହୋଇଛି । ଏହା ସହ ଫିଲ୍ମର ପୋଷ୍ଟର ମଧ୍ୟ ଜାରି ହୋଇଛି । ହେଲେ ଏଥିରେ ଅକ୍ଷୟ କୁମାରଙ୍କ ଲୁକକୁ ଆଶାନୁସାରେ ପସନ୍ଦ କରିନାହାଁନ୍ତି ପ୍ରଶଂସକ । ପୃଥ୍ୱୀରାଜ ଚୌହାନଙ୍କ ଚିରିତ୍ରକୁ ଅକ୍ଷୟ କିପରି ପରଦାରେ ଉତାରିବେ ତାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା ଥିବାବେଳେ ପ୍ରଥମ ଲୁକରେ ହିଁ ପ୍ରଶଂସକଙ୍କ ଏହି ଆଶା ମଳିନ ପଡିଯାଇଛି । ଟିଜରକୁ ଦେଖିବା ପରେ ପୃଥ୍ୱରାଜଙ୍କ ଚରିତ୍ରରେ ଅକ୍ଷୟ ଠିକ ଭାବେ ଅବତରଣ କରିପାରିନାହାଁନ୍ତି ବୋଲି ଚର୍ଚ୍ଚା ହେଉଛି । ଟିଜରରେ ଅକ୍ଷୟଙ୍କ ନିଶ ନକଲି ଲାଗୁଥିବାବେଳେ ଏଥିରେ ତାଙ୍କର ଭଏସ୍ ମଡ୍ୟୁଲେସନ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

‘ୟଶରାଜ’ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ଅକ୍ଷୟଙ୍କ ସକ୍ଟ ଲିଡ୍ ରୋଲରେ ଅଛନ୍ତି ବିଶ୍ୱ ସୁନ୍ଦରୀ ମାନୁଷୀ ଚିଲ୍ଲର, ସଂଜୟ ଦତ୍ତ, ସୋନୁ ସୁଦ୍ । ରିଲିଜ୍ ଟିଜରରେ ଫିଲ୍ମର ଯୁଦ୍ଧ ପୃଷ୍ଠଭୂମିକୁ ଦେଖାଯାଇଛି । ଯୁଦ୍ଧଭୂମିରେ ଅକ୍ଷୟ ଯୁଦ୍ଧ କରୁଥିବା ଦେଖିବାକୁ ମିଳିଛି । ସେହିଭଳି ସଂଜୟ ଦତ୍ତଙ୍କୁ ମଧ୍ୟ ଯୋଦ୍ଧା ଭୂମିକାରେ ଦେଖିବାକୁ ମିଳିଛି । ମାନୁଷୀ ରାଜକୁମାରୀ ଭୂମିକା କରୁଥିବାବେଳେ ଟିଜରରେ ଏକ ଘୋଡା ଉପରେ ଅକ୍ଷୟଙ୍କ ସହ ସବାର ଥିବାର ଦେଖିବାକୁ ମିଳିଛି ।

ଏହି ଫିଲ୍ମ ଜାନୁଆରୀ ୨୧ ତାରିଖରେ ରିଲିଜ ହେବ । ଏହି ଫିଲ୍ମ ଏକ ପିରିୟଡିକ୍ ଡ୍ରାମା । ଏହା ବ୍ୟତୀତ ଏହା ମାନୁଷୀ ଚିଲ୍ଲରଙ୍କ ଡେବ୍ୟୁ । ନିକଟରେ ଅକ୍ଷୟଙ୍କ ଅଭିନୀତ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବାବେଳେ ଏବେ ‘ପୃଥ୍ୱୀରାଜ’ କୁ ଅପେକ୍ଷା । ଆଗକୁ ମଧ୍ୟ ତାଙ୍କ ପାଖରେ ଫିଲ୍ମର ଲାଇନ୍ ଲାଗିଛି । ଅକ୍ଷୟଙ୍କ ହାତରେ ରହିଛି ‘ଅନ୍ତରଙ୍ଗୀ ରେ’, ‘ବଚ୍ଚନ ପାଣ୍ଡେ’, ‘ରାମସେତୁ’, ‘ରକ୍ଷାବନ୍ଧନ’ ଓ ‘ଓଃ ମାଇଁ ଗଡ -୨’ ପରି ଏକାଧିକ ଫିଲ୍ମ ।