ରଜ ବଜାରରେ ଫିଲ୍ମ ଲଢେଇ : ରିଲିଜ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଆଦିପୁରୁଷ; ଏପଟେ ଦୁଇ ଓଲିଉଡ ସିନେମା ମଧ୍ୟରେ ଚାଲିଛି ଟକ୍କର

260

କନକ ବ୍ୟୁରୋ : ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ସିନେମା ଆଦିପୁରୁଷ । ବଡ଼ ପରଦାରେ ଶ୍ରୀରାମ ଭୂମିକାରେ ଆସିଛନ୍ତି ପ୍ରଭାସ । ସୀତା ଭୂମିକାରେ ନଜର ଆସିଛନ୍ତି କ୍ରୀତି ସାନନ୍ । ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ସିନେମା ରିଲିଜ୍ ହୋଇଛି । ରିଲିଜ୍ ପୂର୍ବରୁ ରେକର୍ଡ ପରେ ରେକର୍ଡ କରି ଚାଲିଛି ଫିଲ୍ମ ଆଦିପୁରୁଷ ।

ପ୍ରଥମ ଦିନ ପାଇଁ ପାଖାପାଖି ୭ ଲକ୍ଷରୁ ଅଧିକ ମଲ୍ଟିଫ୍ଲେକ୍ସ ଓ ଅଢେଇ ଲକ୍ଷରୁ ଅଧିକ ସିଙ୍ଗେଲ ସ୍କ୍ରିନର ଟିକେଟ୍ ଆଡଭାନ୍ସ ବୁକିଂ ହୋଇଛି । ଦିଲ୍ଲୀ, ମୁମ୍ବାଇ ସମେତ ଆନ୍ଧ୍ର ଏବଂ ଦକ୍ଷିଣ ଭାରତର ବିଭିନ୍ନ ହଲରେ ହାଉସ୍ଫୁଲ ସୋ’ ଚାଲିଛି । ଭୁବନେଶ୍ୱରରେ ସ୍ୱାତୀ ସିନେପ୍ଲେକ୍ସରେ ପ୍ରଭାସର ଫ୍ୟାନ୍ସମାନେ କେକ୍ କାଟି ସେଲିବ୍ରେସନ କରୁଛନ୍ତି ।

ଏପଟେ ଭୁବନେଶ୍ୱରରେ ହାଉସ୍ଫୁଲ ଚାଲିଛି ଓଡ଼ିଆ ମୁଭି ଗୁଡୁ ଗ୍ୟାଙ୍ଗଷ୍ଟର । ଫିଲ୍ମରେ ସୁଦ୍ଧାନ୍ତ ମହାପାତ୍ରଙ୍କୁ ଗ୍ୟାଙ୍ଗଷ୍ଟର ଭାବେ ଦେଖିବାକୁ ମିଳିଛି । ଏହି ଫିଲ୍ମ ଏକ ବାସ୍ତବ କାହାଣୀ ଉପରେ ଆଧାରିତ । ସିଦ୍ଧାନ୍ତଙ୍କ ସହ ଫିଲ୍ମରେ ଶୈଳେନ୍ଦ୍ର ଓ ଶିବାନୀଙ୍କୁ ଦେଖିବାକୁ ମିଳିଛି । ଗୁଡୁ ଗ୍ୟାଙ୍ଗଷ୍ଟର ଫିଲ୍ମ ବେଶ୍ ପସନ୍ଦ ଆସୁଥିବା ଦର୍ଶକ କହିଛନ୍ତି ।

ସେହିପରି ଓଡିଆ ଫିଲ୍ମ ଲଭ୍ ଇନ୍ ଲଣ୍ଡନ ମଧ୍ୟ ହାଉସ୍ ଫୁଲ୍ ଚାଲିଛି । ଅନୁଭବଙ୍କ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିଡ ଜମୁଛି । ଏହା ସହ ରଜ ହୋଇଥିବାରୁ ହଲରେ ଦର୍ଶକ ଭିଡ ଜମାଉଛନ୍ତି । ଦୀର୍ଘ ଦିନ ପରେ ଅନୁଭବଙ୍କ ଫିଲ୍ମ ହଲକୁ ଆସିଥିବାରୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ।