ରାତିରେ ତାତିଲେ ରାଜଧାନୀବାସୀ । ପାଣି ଓ ବିଜୁଳି ଦାବିରେ ଭୁବନେଶ୍ୱରର ବିଭିନ୍ନ ଛକରେ ରାତି ଅଧିଆ ରାସ୍ତାରୋକ

Advertisment
ରାତିରେ ତାତିଲେ ରାଜଧାନୀବାସୀ । ପାଣି ଓ ବିଜୁଳି ଦାବିରେ ଭୁବନେଶ୍ୱରର ବିଭିନ୍ନ ଛକରେ ରାତି ଅଧିଆ ରାସ୍ତାରୋକ

କନକ ବ୍ୟୁରୋ: ବାତ୍ୟା ଫୋନିକୁ ସପ୍ତାହେରୁ ଅଧିକ ସମୟ ବିତିଯାଇଛି । ହେଲେ, ଏବେବି ପୁରା ରାଜଧାନୀକୁ ବିଜୁଳି ଆସିପାରିଲା ନାହିଁ । ମୁଖ୍ୟ ରାସ୍ତା ଉପରେ ଷ୍ଟ୍ରିଟ୍ ଲାଇଟ୍ ଜଳୁଛି । ଆଉ ଏପଟେ ସାହି-ଗଳି ଅନ୍ଧାର । ସ୍ମାର୍ଟସିଟି ଭୁବନେଶ୍ୱରରେ ବିଜୁଳିକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ରାଜଧାନୀରେ ବାରି ହୋଇପଡୁଛି ଲୋକଙ୍କ ଅସନ୍ତୋଷ । ଭୁବନେଶ୍ୱରର କିଟ୍ ସ୍କୋୟାରରେ ଅନ୍ଧାରରେ ଘାଂଟି ହେଉଥିବା ଲୋକଙ୍କ ରୋଷ ଯେମିତି ବାରି ହୋଇ ପଡ଼ୁଛି, ସେମିତି ସାମନ୍ତରାପୁରର ଅବସ୍ଥା । ସେହିପରି ସ୍ଥିତି ଦେଖିବାକୁ ମିଳିଛି ନୂଆପଲ୍ଲୀ ଅଂଚଳରେ । ନୂଆଗାଁରେ ଲୋକଙ୍କ ହନ୍ତସନ୍ତର ଚିତ୍ର ମଧ୍ୟ ସାମନାକୁ ଆସୁଛି । କେବଳ ଏହି ଦୃଶ୍ୟ ୪ଟି ଅଂଚଳରେ ନୁହେଁ ଭୁବନେଶ୍ୱରର ଅନେକ ଅଂଚଳର ଏହା ହେଉଛି ବାସ୍ତବ ଚିତ୍ର ।

ଅନ୍ଧାରରେ ରାଜଧାନୀ ଉପକଣ୍ଠ, ଦୁଃଖ ବୁଝିବାକୁ କେହି ନାହିଁ

ଅପରପକ୍ଷରେ ଭାଙ୍ଗି ପଡ଼ିଥିବା ଖୁଣ୍ଟ ବାବଦକୁ ଘର ପିଛା ଚାନ୍ଦା ଆଦାୟ କରାଯାଇ ବିଦ୍ୟୁତ୍‌ ଖୁଣ୍ଟ ଓ ଟ୍ରାନ୍ସଫରମର ମରାମତି କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି। କଳାରାହାଙ୍ଗ, ବାଲିଅନ୍ତା, ନହରକଣ୍ଟା, ବରିମୁଣ୍ଡ, କଲ୍ୟାଣପୁର, ଦାଢ଼ା, ଚନ୍ଦକା, ପଥରଗାଡ଼ିଆ, ଦାରୁଠେଙ୍ଗ ଆଦି ପଞ୍ଚାୟତରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ସଂଧ୍ୟା ହେଲେ ବର୍ତ୍ତମାନ ଗ୍ରାମକୁ ରାସ୍ତା ପାଇବା କଷ୍ଟକର ହୋଇପଡ଼ିଛି। ଏଭଳି ସ୍ଥିତିରେ ରାଜଧାନୀ ଉପକଣ୍ଠ ବାସିନ୍ଦା କେବେ ବିଜୁଳି ଆଲୋକ ପାଇବେ, ତାହାକୁ ଅପେକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe