ବାତ୍ୟାର ୧୦ ଦିନ ପରେ ବି ତୁଟୁନି ପାଣି ସମସ୍ୟା । ଟୁଇନ ସିଟିରେ ଏବେ ବି ପାଣି ପାଇଁ ଡହଳବିକଳ ଲୋକେ

Advertisment
ବାତ୍ୟାର ୧୦ ଦିନ ପରେ ବି ତୁଟୁନି ପାଣି ସମସ୍ୟା । ଟୁଇନ ସିଟିରେ ଏବେ ବି ପାଣି ପାଇଁ ଡହଳବିକଳ ଲୋକେ

କନକ ବ୍ୟୁରୋ: ବାତ୍ୟା ଫୋନିକୁ ୧୦ ଦିନ ପରେ ବି ସ୍ମାର୍ଟ ସିଟି ଭୁବନେଶ୍ୱରର ଲୋକଙ୍କ ଦୁର୍ଦଶା କମିନି । ପାଣି ଓ ବିଜୁଳି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ପ୍ରଶାସନିକ ଅବହେଳାକୁ ଦାୟୀ କରି ଆଜି ପୁରୀ-ଭୁବନେଶ୍ୱର ରୋଡକୁ ନୂଆଗାଁ ନିକଟରେ ଅବରୋଧ କରିଛନ୍ତି ଲିଙ୍ଗିପୁର ଓ ନାଥପୁର ଗ୍ରାମବାସୀ । ସରକାରଙ୍କ ପୂର୍ବ ଡେଡଲାଇନ ଅନୁଯାୟୀ ଆଜି ୧୨ତାରିଖ ହୋଇଥିବାରୁ କାହିଁକି ବିଦ୍ୟୁତ ଯୋଗାଣ ଦିଆଯାଇ ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ । ରାଜଧାନୀର ବିଭିନ୍ନ ଅଂଚଳକୁ ପର୍ଯ୍ୟାୟକ୍ରମେ ବିଦ୍ୟୁତ୍ ଆସୁଥିବାରୁ ଲିଙ୍ଗିପୁର ଓ ନାଥପୁର ଅଂଚଳକୁ ଏପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ଆସିପାରିନାହିଁ । ଯାହାକୁ ନେଇ ଅସନ୍ତୋଷ ଅଧିକ ବଢ଼ିଛି ।

publive-image

ଅନ୍ୟପକ୍ଷରେ ଫନିକୁ ବହୁ ଦିନ ବିତି ଯାଇଥିଲେ ହେଁ ଫାଳେ ଭୁବନେଶ୍ବର ଅନ୍ଧାର ପଡ଼ିଛି। ସାରା ରାଜଧାନୀକୁ ଆଲୁଅ କରିବାର ତାରିଖ ସେସୁ ପକ୍ଷରୁ ତିନିଥର ଘୋଷଣା ହୋଇସାରିଲାଣି। କିନ୍ତୁ ତାରିଖ ପରେ ତାରିଖ ଗଡ଼ୁଛି ସିନା, ବିଜୁଳି ଆସୁନି। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣକୁ ନେଇ ଗତକାଲି ମଧ୍ୟ ଭୁବନେଶ୍ବରର ୫ଟି ଜାଗାରେ ରାସ୍ତାରୋକ ହୋଇଥିଲା। ଅଳ୍ପ ସମୟ ବ୍ୟବଧାନରେ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ସାମ୍ନା, ସାମନ୍ତରାପୁର, ଗ୍ୟାରେଜ୍ ଛକ, ଇଲେକ୍ଟ୍ରି ଅଫିସ ଛକ ଓ ସନ୍ଧ୍ୟାରେ ତିନିମୁଣ୍ଡିଆ ଛକରେ ହୋଇଥିବା ରାସ୍ତା ଅବରୋଧକୁ ହଟାଇବା ପାଇଁ ପୁଲିସ ନାକେଦମ୍ ହୋଇଥିଲା।

publive-image

ଲୋକ ଏଭଳି ତାତିଥିଲେ ଯେ ପୁଲିସ ଭ୍ୟାନକୁ ମଧ୍ୟ ଛାଡ଼ିନଥିଲେ। ଶ୍ରୀଲିଙ୍ଗରାଜ ଥାନା ଆଇଆଇସି ବାଧ୍ୟ ହୋଇ ଗାଡ଼ି ରଖି ଚାଲି ଚାଲି ଥାନା ପର୍ଯ୍ୟନ୍ତ ଆସିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଏସିପିଙ୍କ ସମେତ ଥାନା ଭାରପ୍ରାପ୍ତ ଅଧିକାରୀ ଓ ବିଦ୍ୟୁତ ଯନ୍ତ୍ରୀ ପ୍ରମୁଖ ବୁଝାସୁଝା କରିଥିଲେ। ବାସ୍ତବରେ ସେସୁ ପକ୍ଷରୁ ବିଦ୍ୟୁତ୍ ସଂଯୋଗ ଦେବାରେ ପାତରଅନ୍ତର ହେଉଥିବା ଅଭିଯୋଗ ହୋଇଛି। ଯେଉଁଠୁ ଚାପ ଆସୁଛି, ସେଠାରେ ବିଜୁଳି ସଂଯୋଗ ତୁରନ୍ତ ପ୍ରଦାନ କରାଯାଉଛି। କିନ୍ତୁ ଯେଉଁଠି ବିଦ୍ୟୁତ ତାର କିମ୍ବା ଖୁଣ୍ଟ ବେଶି ପ୍ରଭାବିତ ହୋଇନାହିଁ, ବିଜୁଳି ସଂଯୋଗ ଖୁବଶୀଘ୍ର ଦିଆଯାଇ ପାରିବ ସେଠାରେ କିନ୍ତୁ ଦିଆଯାଉ ନାହିଁ। ଏଥିଯୋଗୁଁ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଉଛି। ପ୍ରତ୍ୟେକ ଦିନ ଏଭଳି ରାସ୍ତା ଅବରୋଧ ସହ ଅଧିକାରୀଙ୍କୁ ଆକ୍ରମଣ ଭଳି ଘଟଣା ସାମ୍ନାକୁ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe