ସତ୍ୟବାଦୀର ଚିତ୍ର ବଦଳାଇଦେଇଛି ଫୋନି । ଭାଙ୍ଗିଯାଇଛି ଘର, ଉଜୁଡିଯାଇଛି ଶତାଧିକ ପରିବାର

ଫୋନି ପ୍ରଭାବରେ ସତ୍ୟବାଦୀ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି

62

କନକ ବ୍ୟୁରୋ : ଫୋନି ପ୍ରଭାବରେ ସତ୍ୟବାଦୀ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାତ୍ୟା ପୂର୍ବରୁ ୧୧ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏବେ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି । ଅନ୍ତୋଦୟ ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଓ ଅନ୍ୟାନ୍ୟ ସୁବିଧା ଦିଆଯିବ । ସବୁ ପଂଚାୟତରେ କାମ ଚାଲିଛି । ରାସ୍ତା ସଫା କରାଯାଇ ସବୁ ଗ୍ରାମପଂଚାୟତକୁ ରାସ୍ତା ସଂଯୋଗ କରାଯାଇଛି । ଅନେକ ସ୍ୱେଚ୍ଛାସେବୀ ସଂସ୍ଥା ଓ ବ୍ୟାଙ୍କ ପୁନଃରୁଦ୍ଧାର କାମରେ ସହଯୋଗର ହାତ ବଢାଇଛନ୍ତି ।

ତେବେ ଅନେକ ଘର ଭାଙ୍ଗିଯିବା ସହ ଶତାଧିକ ପରିବାର ଉଜୁଡିଯାଇଛି । ପାଣି ନାହିଁ କି ବିଜୁଳି ନାହିଁ । ତାହାରି ମଧ୍ୟରେ ଦିନ କାଟୁଛନ୍ତି ଶତାଧିକ ପରିବାର । ବାତ୍ୟା ଗଲାପରେ ନିଜର ଭଙ୍ଗା ଘରକୁ ସଜାଡି ପାଇଁ ପୁଣି ଥରେ ଚେଷ୍ଟା କରୁଛନ୍ତି ଅନେକ ଲୋକ । ନାହିଁ ନଥିବା ଅସୁବିଧା ମଧ୍ୟରେ ମନରେ ଅସୁମାରି ଆଶା ରହିଛି । ପୁଣି ଥରେ ସେହି ଭଙ୍ଗା ଘରକୁ ସଜାଡିବା ସହ ପୂର୍ବପରି ଘର ସଂସାର କରିବା ପାଇଁ ଅନେକ କରୁଛନ୍ତି ଚେଷ୍ଟା ।