ମାଟି ତଳେ କୁଡିଆ । କୋଣାର୍କ ଚନ୍ଦ୍ରଭାଗାରେ ବାତ୍ୟାର ଭୟାବହ ଚିତ୍ର, ବାଲି ତଳେ ପୋତି ହେଲା ଡଙ୍ଗା, ଜାଲ ଓ ଚାଳ ଛପର ଘର

Advertisment
ମାଟି ତଳେ କୁଡିଆ । କୋଣାର୍କ ଚନ୍ଦ୍ରଭାଗାରେ ବାତ୍ୟାର ଭୟାବହ ଚିତ୍ର, ବାଲି ତଳେ ପୋତି ହେଲା ଡଙ୍ଗା, ଜାଲ ଓ ଚାଳ ଛପର ଘର
କନକ ବ୍ୟୁରୋ  : ମାଟି ତଳେ ପୋତିହୋଇଗଲା କୁଡିଆ  । ଚନ୍ଦ୍ରଭାଗାରେ ବାତ୍ୟା ଫୋନିର ଭୟାବହତା ଏତେ ଥିଲା ଯେ ଛୋଟ କୁଡିଆ, ଡଙ୍ଗା ଓ ଜାଲ ଉପରେ ଚରିିଯାଇଛି ବାଲି । କୋଣାର୍କ ଚନ୍ଦ୍ରଭାଗାର ତଳିଆ ଅଂଚଳରୁ ଆଗୁଆ ଲୋକଙ୍କୁ ସ୍ଥାନାନ୍ତର କରିଥିଲା ପ୍ରଶାସନ ।  ଫଳରେ ଜୀବନ ସିନା ବଂଚିଗଲା ହେଲେ ଜୀବିକା ହରାଇଲେ ୧୨ ଶହ ମତ୍ସଜୀବୀ ପରିବାର ।
ତେବେ ପୁଣି ଥରେ କିପରି ଭାବରେ ନିଜର କୁଳବେଉଷଣକୁ ବଂଚାଇ ରଖିବେ ତାହାକୁ ଚିନ୍ତା କରି ଦିନ କାଟୁଛନ୍ତି ଲୋକ । ପ୍ରବଳ ପବନ ସାଙ୍ଗକୁ ବର୍ଷାରେ ଘରର ଅନେକ ଜିନିଷ ନଷ୍ଟଭ୍ରଷ୍ଟ ହୋଇଛି । ହେଲେ ପୁଣି ଥରେ ଏବେ ସଳଖି ଛିଡା ହୋଇ କାମ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ସ୍ଥାନୀୟବାସୀ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe