କନକ ବ୍ୟୁରୋ : ମାଟି ତଳେ ପୋତିହୋଇଗଲା କୁଡିଆ । ଚନ୍ଦ୍ରଭାଗାରେ ବାତ୍ୟା ଫୋନିର ଭୟାବହତା ଏତେ ଥିଲା ଯେ ଛୋଟ କୁଡିଆ, ଡଙ୍ଗା ଓ ଜାଲ ଉପରେ ଚରିିଯାଇଛି ବାଲି । କୋଣାର୍କ ଚନ୍ଦ୍ରଭାଗାର ତଳିଆ ଅଂଚଳରୁ ଆଗୁଆ ଲୋକଙ୍କୁ ସ୍ଥାନାନ୍ତର କରିଥିଲା ପ୍ରଶାସନ । ଫଳରେ ଜୀବନ ସିନା ବଂଚିଗଲା ହେଲେ ଜୀବିକା ହରାଇଲେ ୧୨ ଶହ ମତ୍ସଜୀବୀ ପରିବାର ।
ତେବେ ପୁଣି ଥରେ କିପରି ଭାବରେ ନିଜର କୁଳବେଉଷଣକୁ ବଂଚାଇ ରଖିବେ ତାହାକୁ ଚିନ୍ତା କରି ଦିନ କାଟୁଛନ୍ତି ଲୋକ । ପ୍ରବଳ ପବନ ସାଙ୍ଗକୁ ବର୍ଷାରେ ଘରର ଅନେକ ଜିନିଷ ନଷ୍ଟଭ୍ରଷ୍ଟ ହୋଇଛି । ହେଲେ ପୁଣି ଥରେ ଏବେ ସଳଖି ଛିଡା ହୋଇ କାମ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ସ୍ଥାନୀୟବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/KUDIA.jpg)