ପୁରୀ ସହରର ଅନେକ ସ୍ଥାନରୁ ଦିଶୁଛି ଶ୍ରୀମନ୍ଦିର ! ଗୁମୁଟଠାରୁ ନୀଳଚକ୍ର ପର୍ଯ୍ୟନ୍ତ ବହୁଦୂରରୁ ହେଉଛି ଦୃଶ୍ୟମାନ

Advertisment
ପୁରୀ ସହରର ଅନେକ ସ୍ଥାନରୁ ଦିଶୁଛି ଶ୍ରୀମନ୍ଦିର ! ଗୁମୁଟଠାରୁ ନୀଳଚକ୍ର ପର୍ଯ୍ୟନ୍ତ ବହୁଦୂରରୁ ହେଉଛି ଦୃଶ୍ୟମାନ
କନକ ବ୍ୟୁରୋ : ବାତ୍ୟା ଫୋନି ପୁୁରୀରେ ଅନେକ କ୍ଷତି କରିଛି । ପ୍ରବଳ ପବନରେ ସହରର ଅନେକ ସ୍ଥାନରେ ବଡବଡ ଗଛ ସବୁ ଭାଙ୍ଗିଦେଇଛି । କେବଳ ସହର ନୁହେଁ ମନ୍ଦିରରେ ମଧ୍ୟ ଅନେକ କ୍ଷତି କରାଇଛି । ତେବେ ବର୍ତମାନ ସମୟରେ ଶ୍ରୀଜଗନ୍ନାଥ ମନ୍ଦିରର ପାଖରେ ଥିବା ଗଛଗୁଡିକ ଭାଙ୍ଗିଯାଇଛି । ଯାହା ଫଳରେ ମନ୍ଦିର ସହରର ଅନେକ ସ୍ଥାନରୁ ପ୍ରାଞ୍ଜଳ ଭାବରେ ଦୃଶ୍ୟ ହେଉଛି । ମିଳିଥିବା ସୂଚନା ଅନୁସାରେ, ସହରର ବାହାରୁ ଯେଉଁ ଦିଗରୁ ଚାହିଁଲେ କେବଳ ନୀଳଚକ୍ର ନୂହେଁ ପୁରା ଶ୍ରୀମନ୍ଦିର ଦିଶୁଛି।
publive-imageସିଂହଦ୍ବାର ଗୁମୁଟଠାରୁ ସଂପୂର୍ଣ୍ଣ ଶ୍ରୀମନ୍ଦିର ଦିଶୁଛି। ଅଠରନଳାକୁ ଦୃଶ୍ୟ ହେଉନଥିବା ଶ୍ରୀମନ୍ଦିରକୁ ସହର ବାହାରେ ଥାଇ ବି ଭକ୍ତ ଦେଖି ପାରୁଛନ୍ତି। ଚନ୍ଦନପୁର ପରେ ଥିବା ଓଭରବ୍ରିଜରୁ ମଧ୍ୟ ମନ୍ଦିର ଦୃଶ୍ୟ ହେଉଛି। ବାତ୍ୟାରେ ଘର, ବଡ ବଡ ଟାୱାର ଓ ସବୁଜିମା ଉଜୁଡିଯାଇଥିବାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ଜଣାପଡିଛି।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ମହାପ୍ରଭୁଙ୍କ ସମୁଦ୍ରକୂଳରେ ଥିବା ଚକ୍ର ନାରାୟଣ ମନ୍ଦିରରେ ଏଥର ଭାଂଗିଯାଇଛି। ମନ୍ଦିର ଭିତରେ ପାଣିପଶି ସବୁ କିଛି ନଷ୍ଟ ହୋଇଯାଇଛି। ମନ୍ଦିରର ପୂଜକଙ୍କ କହିବା କଥା ବାତ୍ୟା ଦିନ ମନ୍ଦିର ଭିତରେ ପାଣି ପଶିଥିଲା। ମନ୍ଦିର ଭିତରେ ଏକ ଡଙ୍ଗା ପଶି ଆସିଥିଲା। ଏହି ମନ୍ଦିରର ପାଚେରୀ ଭୁଶୁଡିବା ସହିତ ବହୁତ କିଛି ନଷ୍ଟ ହୋଇଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe