କନକ ବ୍ୟୁରୋ : ବାତ୍ୟା ଫୋନି ପୁୁରୀରେ ଅନେକ କ୍ଷତି କରିଛି । ପ୍ରବଳ ପବନରେ ସହରର ଅନେକ ସ୍ଥାନରେ ବଡବଡ ଗଛ ସବୁ ଭାଙ୍ଗିଦେଇଛି । କେବଳ ସହର ନୁହେଁ ମନ୍ଦିରରେ ମଧ୍ୟ ଅନେକ କ୍ଷତି କରାଇଛି । ତେବେ ବର୍ତମାନ ସମୟରେ ଶ୍ରୀଜଗନ୍ନାଥ ମନ୍ଦିରର ପାଖରେ ଥିବା ଗଛଗୁଡିକ ଭାଙ୍ଗିଯାଇଛି । ଯାହା ଫଳରେ ମନ୍ଦିର ସହରର ଅନେକ ସ୍ଥାନରୁ ପ୍ରାଞ୍ଜଳ ଭାବରେ ଦୃଶ୍ୟ ହେଉଛି । ମିଳିଥିବା ସୂଚନା ଅନୁସାରେ, ସହରର ବାହାରୁ ଯେଉଁ ଦିଗରୁ ଚାହିଁଲେ କେବଳ ନୀଳଚକ୍ର ନୂହେଁ ପୁରା ଶ୍ରୀମନ୍ଦିର ଦିଶୁଛି।
/kanak/media/post_attachments/wp-content/uploads/2019/05/20-1.jpg)
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ମହାପ୍ରଭୁଙ୍କ ସମୁଦ୍ରକୂଳରେ ଥିବା ଚକ୍ର ନାରାୟଣ ମନ୍ଦିରରେ ଏଥର ଭାଂଗିଯାଇଛି। ମନ୍ଦିର ଭିତରେ ପାଣିପଶି ସବୁ କିଛି ନଷ୍ଟ ହୋଇଯାଇଛି। ମନ୍ଦିରର ପୂଜକଙ୍କ କହିବା କଥା ବାତ୍ୟା ଦିନ ମନ୍ଦିର ଭିତରେ ପାଣି ପଶିଥିଲା। ମନ୍ଦିର ଭିତରେ ଏକ ଡଙ୍ଗା ପଶି ଆସିଥିଲା। ଏହି ମନ୍ଦିରର ପାଚେରୀ ଭୁଶୁଡିବା ସହିତ ବହୁତ କିଛି ନଷ୍ଟ ହୋଇଯାଇଛି।