କନକ ବ୍ୟୁରୋ : ବାତ୍ୟା ପ୍ରଭାବରେ ପ୍ରଭାବିତ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଅଂଚଳ ଧିରେ ଧିରେ ଅଂଟା ସଳଖୁଛି । ଫୋନି ଯୋଗୁଁ ବଡ ବଡ ଗଛ ଉପୁଡିପଡିବା ସହିତ ଚାଳ ଛପର ଘର ଏବଂ ଆଜବେଷ୍ଟସ ଘର କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟୁତ୍ ଖୁଂଟ ଉପୁଡି ଯିବା ସହିତ ତାର ଛିଣ୍ଡି ଯିବାରୁ ଅନେକ ଅଂଚଳକୁ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି । ହେଲେ ବିଦ୍ୟୁତ ବିଭାଗ ପକ୍ଷରୁ ଯୁଦ୍ଧ କାଳିନ ଭିତିରେ ମରାମତି କାର୍ଯ୍ୟ ଚାଲିଛି ।
ଧିରେ ଧିରେ ସ୍ଥିତି ସ୍ୱାଭାବିକ ହେଉଛି । ଜିଲ୍ଲାର ଗରଦପୁର, ମାର୍ଶାଘାଇ ଏବଂ ମହାକାଳପଡା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ କେନ୍ଦ୍ରାପଡାରେ ଫୋନି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେବ ବୋଲି ପୂର୍ବାନୁମାନ କରିଯାଇଥିଲା । ତେବେ ବାତ୍ୟାରେ ଅନେକ ପ୍ରଭାବିତ ମଧ୍ୟ ହୋଇଛନ୍ତି । ଅନେକ ସ୍ଥାନରେ ବିଦ୍ୟୁତ ଖଣ୍ଟ ଉପୁଡିଯାଇଥିବା କାରଣରୁ ଯୁଦ୍ଧାକାଳୀନ ଭିତିରେ ଚାଲିଛି ପୁନରୁଦ୍ଧାର କାମ ।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/PATKURA.jpg)