ବାସ ସହ ଚାଷ ଉଜାଡି ଦେଇଛି ଫୋନି ! ପ୍ରବଳ ପବନରେ ଉଜୁଡିଗଲା ଚାଷ

ବାତ୍ୟା ଯେ କେବଳ ବାସ ଉଜାଡିଛି ତା ନୁହେଁ, ଚାଷ ବି ଉଜାଡି ଦେଇଛି ଫୋନି

67

କନକ ବ୍ୟୁରୋ : ବାତ୍ୟା ଯେ କେବଳ ବାସ ଉଜାଡିଛି ତା ନୁହେଁ, ଚାଷ ବି ଉଜାଡି ଦେଇଛି ଫୋନି । ବର୍ଷା ପବନ ମାଡରେ ବିଲରେ ହିଁ ନଷ୍ଟ ହୋଇଛି ରବି ଫସଲ । ଅମଳ ସମୟରେ ଅଦିନିଆ ବର୍ଷା ସାଙ୍ଗକୁ ପବନ ମୁଗ ଫସଲ ନଷ୍ଟ କରିଦେଇଛି । ପବନ ମାଡରେ ମୁଗ ଛୁଇଁ ଫାଟି ମଂଜି ଜମିରେ ହିଁ ପଡିଯାଇଛି । ମୁଗ ଭଳି ବିରି ଓ ବାଦାମ ଫସଲର ମଧ୍ୟ ସମାନ ଅବସ୍ଥା । ମେ’ ମାସରେ ବାତ୍ୟା ଆସିବ ଚାଷ ବାସ ସବୁ ଉଜାଡି ଦେବ ଏମିତି କିଛି କଳ୍ପନା କରିନଥିଲେ କଟକ ଜିଲ୍ଲା ନିଆଳି ବ୍ଲକ କପାଶି, ପୋଦନା, ଷଡାଂଶ, ମାଧବ, ସିଠାଳ, ଏକବରୁଆଁ ପଂଚାୟତ ଚାଷୀ ।

ଧାନ ପରେ ରବି ଋତୁରେ ବିରି-ମୁଗ ଚାଷ କରି ଦୁଇ ପଇସା ରୋଜଗାର କରିବାର ଲକ୍ଷ୍ୟ ରଖିଥିଲେ ନିଆଳି ବ୍ଲକର ୨୦ ହଜାରରୁ ଅଧିକ ଚାଷୀ । ହେଲେ ବାତ୍ୟା ଫୋନି ପରେ ଲାଭ କଣ ମୂଳ ପାଇବାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ବିହନ କିଣି ସାର ପକାଇ ଭଲ ଅମଳକୁ ଅପେକ୍ଷା କରିଥିବା ଚାଷୀର ଆଶାକୁ ଧୋଇ ନେଇଛି ବାତ୍ୟା ଫୋନି ।