ନିଆଳି ପାନ ଉପରେ ଫୋନିର ମାଡ । ମାଟିରେ ମିଶି ଯାଇଛି ବରଜ, ବାହାରି ପାରୁନି ପାନର କଢ଼ି ଓ ଡେମ୍ଫ

ନିଆଳି ପାନ ଉପରେ ଫୋନିର ମାଡ

69

କନକ ବ୍ୟୁରୋ : ନିଆଳି ପାନ ଉପରେ ଫୋନିର ମାଡ । ପ୍ରଳୟଙ୍କରୀ ବାତ୍ୟା ଫୋନି ମାଡରେ ମାଟିରେ ମିଶି ଯାଇଛି ପାନ ବରଜ । ଭାଙ୍ଗି ଯାଇଛି ପାନ ପାଖୁଡି, ତାଟି ଓ ଛାଇ । ପାନ ଗଛ ଉପରେ ଅଜାଡି ହୋଇପଡିଛି ତାଟି ଓ ଛାଇ । ତାଟି ତଳେ ଚାପି ହୋଇ ଯାଇଛି ବଂଚିଯାଇଥିବା ଅଳ୍ପ କିଛି ପାନ ଗଛ । ପାଖୁଡି ଭାଙ୍ଗି ଯିବା ଯୋଗୁ ବାହାରି ପାରୁନି ପାନ କଢ଼ି ଓ ଡେମ୍ଫ ।

ଏହା ସହିତ ଦାଉ ସାଜିଛି ଅସହ୍ୟ ଖରା ଓ ପାଣିର ଅଭାବ । ପାନ ଚାଷ ପାଇଁ ପ୍ରଚୁର ପରିମାଣରେ ପାଣି ଆବଶ୍ୟକ ହୋଇଥାଏ । କିନ୍ତୁ ବିଜୁଳି ସଂଯୋଗ କଟିଯିବାରୁ ପାନ ବରଜକୁ ଜଳସେଚନ ମଧ୍ୟ ହୋଇ ପାରୁନି । ଖରାରେ ଜଳିଯାଉଛି ବଂଚିଯାଇଥିବା ପାନ ଗଛର ଅଗ । ବରଜକୁ ଛିଡା କରିବାକୁ ଚେଷ୍ଟା କରୁଥିଲେ ବି ପାନ ଗଛକୁ ବଂଚାଇ ରଖିବା ପାନ ଚାଷୀଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।

Comments are closed.