କନକ ବ୍ୟୁରୋ : ନିଆଳି ପାନ ଉପରେ ଫୋନିର ମାଡ । ପ୍ରଳୟଙ୍କରୀ ବାତ୍ୟା ଫୋନି ମାଡରେ ମାଟିରେ ମିଶି ଯାଇଛି ପାନ ବରଜ । ଭାଙ୍ଗି ଯାଇଛି ପାନ ପାଖୁଡି, ତାଟି ଓ ଛାଇ । ପାନ ଗଛ ଉପରେ ଅଜାଡି ହୋଇପଡିଛି ତାଟି ଓ ଛାଇ । ତାଟି ତଳେ ଚାପି ହୋଇ ଯାଇଛି ବଂଚିଯାଇଥିବା ଅଳ୍ପ କିଛି ପାନ ଗଛ । ପାଖୁଡି ଭାଙ୍ଗି ଯିବା ଯୋଗୁ ବାହାରି ପାରୁନି ପାନ କଢ଼ି ଓ ଡେମ୍ଫ ।
ଏହା ସହିତ ଦାଉ ସାଜିଛି ଅସହ୍ୟ ଖରା ଓ ପାଣିର ଅଭାବ । ପାନ ଚାଷ ପାଇଁ ପ୍ରଚୁର ପରିମାଣରେ ପାଣି ଆବଶ୍ୟକ ହୋଇଥାଏ । କିନ୍ତୁ ବିଜୁଳି ସଂଯୋଗ କଟିଯିବାରୁ ପାନ ବରଜକୁ ଜଳସେଚନ ମଧ୍ୟ ହୋଇ ପାରୁନି । ଖରାରେ ଜଳିଯାଉଛି ବଂଚିଯାଇଥିବା ପାନ ଗଛର ଅଗ । ବରଜକୁ ଛିଡା କରିବାକୁ ଚେଷ୍ଟା କରୁଥିଲେ ବି ପାନ ଗଛକୁ ବଂଚାଇ ରଖିବା ପାନ ଚାଷୀଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/Screen-Shot-2019-05-12-at-5.13.47-PM.png)