ବାତ୍ୟା ପରେ ବେହାଲ ଖୋର୍ଦ୍ଧା ବୋଲଗଡ । ଉଜୁଡିଗଲା କଦଳୀଚାଷ, ମାଟିରେ ଶୋଇରହିଛି ଶତାଧିକ ଗଛ

ବାତ୍ୟାରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ଖୋର୍ଦ୍ଧା ଜିଲ୍ଳାର ବୋଲଗଡ ଅଂଚଳ

90

କନକ ବ୍ୟୁରୋ : ବାତ୍ୟାରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ଖୋର୍ଦ୍ଧା ଜିଲ୍ଳାର ବୋଲଗଡ ଅଂଚଳ । ଉଜୁଡି ଯାଇଛି ବିଭିନ୍ନ ଚାଷ କ୍ଷେତ । ବିଶେଷ ଭାବରେ ପ୍ରଭାବିତ କଦଳୀ ଚାଷ । ମାଟିରେ ମିଶି ଯାଇଛି ହଜାର ହଜାର କଦଳୀ ଗଛ । କାନ୍ଦି ପଡିବା ସମୟରେ ଗଛ ଭାଙ୍ଗି ପଡିବାରୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଛି । ଉଦ୍ୟାନ ବିଭଗରୁ ଉନ୍ନତ କିସମର ଚାରା ଆଣି ଚାଷ କରିଥିଲେ ଚାଷୀ । ଏଥିପାଇଁ ବ୍ୟାଙ୍କରୁ ଋଣ ମଧ୍ୟ ଆଣିଥିଲେ । ଏହି କଦଳୀ ବଗିଚାରୁ ଉପାର୍ଜିତ ହେଉଥିବା ଅର୍ଥରେ ନିଜେ ଚଳିବା ସହ ଆଉ କିଛି ଲୋକଙ୍କୁ କର୍ମ ନିଯୁକ୍ତି ଦେଉଥିଲେ ସମ୍ପୃକ୍ତ ଚାଷୀ ।

 କିନ୍ତୁ ବାତ୍ୟା ଫୋନି ଏମାନଙ୍କ ଅଂଟାକୁ ପୁରା ଭାଙ୍ଗି ଦେଇଛି । କିଭଳି ପରିବାର ପ୍ରତିପୋଷଣ କରିବେ ଓ ଋଣ ସୁଝିବେ ସେ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ନିଜର ଉଜୁଡା ଫସଲକୁ ଦେଖି ମୁଣ୍ଡରେ ହାତ ଦେଇଛି ଚାଷୀ । ଯେଉଁ ଫସଲକୁ ଏତେ ପରିଶ୍ରମ କରି ଲଗାଇଥିଲା ଆଖି ସାମନାରେ ତାହା ଉଜୁଡିଗଲା । ତେବେ ବର୍ତମାନ ସମୟରେ ପୁଣି ଥରେ କିପରି ଭାବରେ ସେହି ଚାଷ ଆରମ୍ଭ କରିବ ଓ ପରିବାରର ଭରଣ ପୋଷଣ କରିବା ତାହାକୁ ନେଇ ଚିନ୍ତାରେ ଚାଷୀ ।