ବାତ୍ୟା ପରେ ବଦଳିଛି ବାଙ୍କୀର ଚିତ୍ର । ଘର ଉପରୁ ଛାତ ଉଡିଯିବା ପରେ ସ୍କୁଲ ଘର ପାଲଟିଛି ପ୍ରଭାବିତଙ୍କ ଆଶ୍ରୟସ୍ଥଳ, ଉପୁଡିପଡିଛି ବଡ ବଡ ଗଛ, ଛିଡିଯାଇଛି ବିଦ୍ୟୁତ୍ ତାର

କଟକ ବାଙ୍କି ଅଂଚଳରେ ବାତ୍ୟା ପରେ ସ୍କୁଲ ପାଲଟିଛି ଆଶ୍ରୟସ୍ଥଳି

78

କନକ ବ୍ୟୁରୋ : କଟକ ବାଙ୍କି ଅଂଚଳରେ ବାତ୍ୟା ପରେ ସ୍କୁଲ ପାଲଟିଛି ଆଶ୍ରୟସ୍ଥଳି । ଘର ଭାଙ୍ଗିଯିବା ପରେ ପ୍ରଭାବିତମାନେ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି । ବାଙ୍କି ସୁବର୍ଣ୍ଣପୁର ପଂଚାୟତର ଘୋଡାବର ଗାଁ ହରିଜନ ସାହି ପ୍ରାଥମିକ ବିଦ୍ୟାଳୟର ଏହି ଦୃଶ୍ୟ । ଶ୍ରେଣୀ ଗୃହର ଗୋଟିଏ ପଟେ କଳାପଟା ରଖାଯାଇଛି ଆଉ ଏପଟେ ଆଶ୍ରୟ ନେଇଥିବା ଲୋକଙ୍କ ବ୍ୟବହାର ସାମଗ୍ରୀ ରହିଛି । ଜୀବନ ବଂଚାଇବା ପାଇଁ ଲୋକେ ସ୍କୁଲରେ ଆଶ୍ରୟ ନେଇଥିବା କଥା କହିଛନ୍ତି ।

ତେବେ ପାଣି ମିଳିନଥିବା ସମୟରେ ଖାଦ୍ୟସାମଗ୍ରୀର ମଧ୍ୟ ଅଭାବ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ପରିବାର ନିଜ ଘରଦ୍ୱାର ଛାଡି ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି , ସେମାନଙ୍କୁ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ମିଳିନଥିବା ଅଭିଯୋଗ କରିଛନ୍ତି ।