ଫୋନି ପରେ କନ୍ଦାଉଛି ଖରା ! ପ୍ରବଳ ଖରାରେ ଛଟପଟ ଲୋକ, ଛାଇ ଦେବା ପାଇଁ ନାହିଁ ଗଛ

ଫୋନି ପରେ କନ୍ଦାଉଛି ଖରା ! ପ୍ରବଳ ଖରାରେ ଛଟପଟ ଲୋକ, ଛାଇ ଦେବା ପାଇଁ ନାହିଁ ଗଛ

କନକ ବ୍ୟୁରୋ : ଭୟଙ୍କର ଘୂର୍ଣ୍ଣିବାତ୍ୟା ଫନି ପୁରୀ ଜିଲ୍ଲାରେ ୪ ଘଣ୍ଟାର ତାଣ୍ତବ ରଚିଲା। ଘରଦ୍ବାର, ଗଛପତ୍ର ସବୁକିଛି ମାଟିରେ ମିଶାଇ ଦେଲା। କେଇ ଘଣ୍ଟା ଭିତରେ ଥୁଣ୍ଟା ମରୁଭୂମି ପାଲଟିଗଲା ପୂରା ଜିଲ୍ଲା। ଜିଲ୍ଲାବାସୀଙ୍କୁ ଦେଇଗଲା ଅସହ୍ୟ ଯନ୍ତ୍ରଣା। ଯେଉଁଥିରୁ ଏବେ ବି ସହରବାସୀ ମୁକ୍ତ ହୋଇ ପାରିନାହାନ୍ତି। ବିଦ୍ୟୁତ୍ ସାଙ୍ଗକୁ ପାଣି କଷ୍ଟ ଲୋକଙ୍କୁ କଲବଲ କରି ସାରିଲାଣି। ଏଭଳି ପରିସ୍ଥିତିରେ ଅସହ୍ୟ ତାତି କଷ୍ଟକୁ ଦ୍ବିଗୁଣିତ କରିଛି। ଛାଇ ଟିକିଏ ପାଇଁ ମାଇଲ୍ ମାଇଲ୍ ବାଟ ବୁଲିଲେ ବି ଗୋଟିଏ ଗଛ ମିଳୁନି। ଏତେ ସବୁ କଷ୍ଟ ପରେ ଲୋକେ ସୁଧୁରୁନାହାନ୍ତି। ମରିବା ଗଛକୁ ଛାଡ଼ି ଜୀବନ୍ତ ଗଛକୁ କାଟିବାରେ ଲାଗି ପଡ଼ିଛନ୍ତି। ଯେଉଁ ସମୟରେ ପ୍ରଶାସନ ଜେନେରେଟର ଲଗାଇ ସହରବାସୀଙ୍କୁ ପାଣି ଯୋଗାଉଛନ୍ତି, ସେ ସମୟରେ ବି ଲୋକେ ପାଣି ଟ୍ୟାପକୁ ଖୋଲି ପଳାଇବାକୁ ପଛାଉନାହାନ୍ତି।

publive-imageସବୁଠି ପ୍ରଚଣ୍ତ ତାତି। ଏହା ସାଙ୍ଗକୁ ଗୁଳୁଗୁଳି ଜନଜୀବନ୍ତ ଅସ୍ତବ୍ୟସ୍ତ କରି ପକାଉଥିଲା। ଏହାରି ଭିତରେ ଲୋକେ ନିଜ ନିଜ ଘର ସଜାଡ଼ିବାରେ ଲାଗି ପଡ଼ିଥିଲେ। କାମରୁ ଟିକିଏ ନିସ୍ତାର ପରେ ଖୋଜୁଥିଲେ ମୁଣ୍ତକୁ ଛାଇ। କିଏ ପାଲ ତଳେ ତ କିଏ କାନ୍ଥ ଛାଇରେ ବସି ରହି ଆଶ୍ବସ୍ତ ହେଉଥିଲା। ଏହିଭଳି ପରିସ୍ଥିତିରେ ସଭିଙ୍କ ମୁହଁରେ ଗୋଟିଏ କଥା ଥିଲା, ଗଛ ଥିଲା ଛାଇ ଟିକିଏ ପାଉଥିଲେ। ଥଣ୍ତା ପବନ ବି ବହୁଥିଲା। କିନ୍ତୁ ଘୂର୍ଣ୍ଣିବାତ୍ୟା ଫନି ସବୁକିଛି ଛାରଖାର କରିଦେଲା। ଗୋଟେ ବି ଗଛ ରଖିଲାନି। ଗାଁ ଛକମାନଙ୍କରେ ଯେଉଁ ମହାଦ୍ରୁମ ବଟବୃକ୍ଷ କି ଓସ୍ତ ସବୁ ଥିଲା ତା ବି ଉପୁଡ଼ି ପଡ଼ିଲା। ଏଥର ଛାଇ କେଉଁଠୁ ଆସିବ। ଯୁଆେଡ଼ ଗଲେ ଗାଁରେ ଚାଲିଥିଲା ଏହି ଚର୍ଚ୍ଚା।

publive-imageବାତ୍ୟା ପରେ ହଜାର ହଜାର ଗଛ ଧରାଶାୟୀ ହୋଇଛି। ମୁଣ୍ତକୁ ଛାଇ ସାତସପନ ପାଲଟିଛି। ପୁରୀ ସଦର ବ୍ଲକ ଥେଣ୍ଟପୁର ଭାର୍ଗବୀ ସ୍କୁଲ ନିକଟରେ ଥିବା ଶହେରୁ ଅଧିକ ବର୍ଷର ପୁରୁଣା ବରଗଛ ଏହାର ଉଦାହରଣ ମାତ୍ର। ଦୈନିକ ଖରା ଗଡ଼ିଲେ ଲୋକେ ଏଠାରେ ବିଶ୍ରାମ ନେଉଥିଲେ। ଛାଇ ସାଙ୍ଗକୁ ଥଣ୍ତା ପବନ, କାମ ସାରି ଆସୁଥିବା ଲୋକଙ୍କୁ ଆଶ୍ବସ୍ତ କରୁଥିଲା। ଶାନ୍ତିରେ ଘରକୁ ଫେରୁଥିଲେ। ଅପରାହ୍ଣରେ କ୍ରିକେଟ୍ ଖେଳ ଖେଳିବା ବେଳେ ସାହି ପିଲା ବି ଏହାର ଛାଇରେ ବିଶ୍ରାମ ନେଉଥିଲେ। କେବଳ ସେତିକି ନୁହେଁ, ଭାର୍ଗବୀ ବିଦ୍ୟାଳୟକୁ ବି ଏହା ଛାଇ ଯୋଗାଉଥିଲା।

କିନ୍ତୁ ଫନି ପ୍ରଭାବରେ ଏହି ଗଛ ଛାରଖାର ହୋଇଯାଇଛି। ଯେଉଁଠି ପୂରା ରାସ୍ତା ଛାଇ ହେଉଥିଲା, ସେଠି ଛାଇ ଆଜି ସ୍ବପ୍ନ ହୋଇଛି। ତମାମ ସହର, ଗଳିକନ୍ଦି, ଗାଁ ଗହଳିରେ ଏହି ଅବସ୍ଥା। ସେପଟେ ଅସହ୍ୟ ତାତିରେ ନା ଘରେ ରହି ହେଉଛି, ନା ବାହାରେ। ଫନି ଗଛପତ୍ର ସବୁକୁ ଏପରି ମୋଡ଼ି ଫିଙ୍ଗି ଦେଇଛି ଯେ ଅତିକମରେ ୫ ବର୍ଷ ଭିତରେ ସବୁଜିମା ଫେରିବା ସନ୍ଦେହ। ତଥାପି ସୁଧୁରୁନି ମାନବସମାଜ। କାଟି ପକାଉଛନ୍ତି ଜିଅନ୍ତା ଗଛ। ବାଲୁଖଣ୍ତ ଅଭୟାରଣ୍ୟ ଏହାର ଉଦାହରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe