କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ଫୋନିର ତାଣ୍ଡବ ପରେ ରାଜ୍ୟରେ ଜାରି ରହିଛି ପୁନରୁଦ୍ଧାର କାମ । ଏହା ମଧ୍ୟରେ ବର୍ତମାନ ସୁଦ୍ଧା ରାଜ୍ୟରେ କେତେଜଣଙ୍କ ଫୋନି କାରଣରୁ ମୃତ୍ୟୁ ହୋଇଛି ସେ ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଶେଷ ଖବର ସୁଦ୍ଧା ସରକାରୀ ଭାବେ ୩୭ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସଆରସିଙ୍କ ପିଆରଓ ସଂଗ୍ରାମ ମହାପାତ୍ର । ସେହିପରି ବର୍ତମାନ ସୁଦ୍ଧା ୨୨ ଶହ ୨୩ କୁଇଟାଂଲ ଚୂଡା, ୫୦୦ କ୍ୱିଂଟାଲ ଗୁଡ , ୨ ଲକ୍ଷ ୨୩ ହଜାର ବିସ୍କୁଟ, ୫୦ ହଜାର କ୍ୟାଣ୍ଡେଲ୍ ବାତ୍ୟା ବିପନ୍ନଙ୍କୁ ବଂଟନ କରାଯାଇଥିବା ନେଇ ଏସଆରସିଙ୍କ ପିଆରଓ ସୂଚନା ଦେଇଛନ୍ତି ।
ତେବେ ବାତ୍ୟା ହେବାର ୫ ଦିନ ପରେ ବି ଅନେକ ସ୍ଥାନରେ ସ୍ଥିତି ସ୍ୱାଭାବିକ ହୋଇପାରିନାହିଁ । ପାଣି ଓ ବିଜୁଳି ପାଇପାରୁନାହାନ୍ତି ଲୋକ । ନାନା ଅସୁବିଧାର ସମ୍ମୁଖୀନ ବାତ୍ୟା ପ୍ରଭାବିତ । ତେବେ ଫୋନିରେ ମୃତକଙ୍କ ସଂଖ୍ୟା ବଢିବଢି ଚାଲିଛି । ସରକାରୀ ଭାବରେ ୩୭ କୁହାଯାଉଥିବା ବେଳେ ବେସରକାରୀ ଭାବରେ ଏହା ଅଧିକ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/cyclone-fani-odisha_9c556296-6dc1-11e9-9975-c8a46a094be1.jpg)