ବାତ୍ୟା ଫୋନିର ପ୍ରଭାବ ସମୟରେ ଜନ୍ମ ହେଲା ଝିଅ ,  ବାପା ମା’ ନାଁ ରଖିଲେ ଫୋନି । 

108

ଭୟଙ୍କରୀ ବାତ୍ୟା ଫୋନିରେ ଓଡିଶା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ବଡ଼ ବଡ଼ ଗଛ ଭାଙ୍ଗି ରୋଡରେ ପଡି ରାସ୍ତା ଅବରୋଧ କରିଥିବା ବେଳେ କରେଣ୍ଟ,ପାଣିର ମଧ୍ୟ ଖୁବ୍ ଅସୁବିଧା ଦେଖାଦେଉଛି । କିନ୍ତୁ ଏହି ବନ୍ୟା ବିଭୀଷିକା ଭିତରେ ଭୁବନେଶ୍ୱରରେ ୩ ତାରିିଖ ଦିନ ୧୧ ଟା ସମୟରେ ରେଳବାଇ ଡାକ୍ତରଖାନାରେ ଜଣେ ରେଳବାଇ କର୍ମଚାରୀଙ୍କ କନ୍ୟାରତ୍ନ ଜନ୍ମ ହୋଇଥିଲା । ବାତ୍ୟା ସମୟରେ ଝିଅ ଜନ୍ମ ହୋଇଥିବାରୁ ଝିଅଟିର ନାଁ ଫୋନି ରଖାଯାଇଛି । ତେବେ ମା’ ଓ ଶିଶୁ ଦୁହେଁ ଏବେ ସୁସ୍ଥ ଅଛନ୍ତି ।

 

 

ଓଡିଶାର ଉପକୂଳ ଅଚଂଳକୁ ଫୋନି ଧ୍ୱସଂ କରିବା ପରେ ପଶ୍ଚିମବଙ୍ଗରେ ମଧ୍ୟ ଫୋନିର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି । ଏହି କାରଣରୁ ରାଜ୍ୟର ଅନେକ ଅଚଂଳରେ ତୀବ୍ର ପବନ ସାଙ୍ଗକୁ ଜୋରରେ ବର୍ଷା ମଧ୍ୟ ହୋଇଛି । ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନ ରେଳକୁ ବାତିଲ କରିଛନ୍ତି ।