ଥରୁଛି ଓଡ଼ିଶା । ଆସୁଛି ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’, କ’ଣ କରିବେ କ’ଣ ନକରିବେ ସତର୍କ ରହିବାକୁ ଏସଆରସିଙ୍କ ପରାମର୍ଶ ।

934

କନକ ବ୍ୟୁରୋ: ଥରୁଛି ଓଡ଼ିଶା, ଆସୁଛି ଭୟଙ୍କର ବାତ୍ୟା ‘ଫୋନି’ । ଏନେଇ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର । ତେବେ ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ବିଭାଗ ତରଫରୁ ସଜାଗ ରହିବାକୁ ପରାମର୍ଶ ରହିଛି । ବାତ୍ୟା ପୂର୍ବରୁ କ’ଣ କରିବେ ଏବଂ କ’ଣ ନକରିବେ ସେନେଇ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।

ବାତ୍ୟା ପୂର୍ବରୁ ପ୍ରସ୍ତୁତି-

• ବାତ୍ୟା ସମ୍ପର୍କିତ କୌଣସି ପ୍ରକାର ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ । କିମ୍ବା ଭୟଭୀତ ନହୋଇ ଶାନ୍ତ ମନରେ ସୁରକ୍ଷିତ ରୁହନ୍ତୁ ।

• ମୋବାଇଲ୍ ଫୋନ୍ ସର୍ବଦା ଚାର୍ଜ ଫୁଲ୍ ରଖନ୍ତୁ

• ଟେଲିଭିଜନ କିମ୍ବା ରେଡ଼ିଓରେ ବାତ୍ୟା ସମ୍ପର୍କିତ ଖବର ବିଷୟରେ ଅବଗତ ରୁହନ୍ତୁ ।

• ଜରୁରୀକାଳୀନ ଫାର୍ଷ୍ଟ ଏଡ୍ କିଟ୍ ମହଜୁଦ ରଖନ୍ତୁ

• ସମସ୍ତ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ସୁରକ୍ଷିତ ରଖିନ୍ତୁ

• ଘରକୁ କିଭଳି ସୁରକ୍ଷିତ ରଖିବେ ସେନେଇ ଉଚିତ୍ ପଦକ୍ଷେପ ନିଅନ୍ତୁ

• ବିପଦପୂର୍ଣ୍ଣ ସ୍ଥାନରୁ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ରଖିବାକୁ ପଦକ୍ଷେପ ନିଅନ୍ତୁ

ବାତ୍ୟା ସମୟରେ ପ୍ରସ୍ତୁତି-

• ଘରର ବିଦ୍ୟୁତ୍ ସଂଯୋଗୀକରଣର ମେନ୍ ସୁଇଚ ଏବଂ ଗ୍ୟାସ୍ ଚୁଲା ବନ୍ଦ ରଖନ୍ତୁ ।

• ଘରର କବାଟ ଏବଂ ଝରକା ପବନ ସମୟରେ ବନ୍ଦ ରଖନ୍ତୁ ।

• ଯଦି ଆପଣଙ୍କ ଘର ବିପଦଶଙ୍କୁଳ ଅବସ୍ଥାରେ ଅଛି ତେବେ ତୁରନ୍ତ ଏକ ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ ।

• ପ୍ରତି ମୁହୂର୍ତ୍ତରେ ବାତ୍ୟା ସମ୍ପର୍କିତ ଖବର ପାଇଁ ରେଡ଼ିଓ ଓ ଟେଲିଭିନ ଅପଡେଟ୍ ରୁହନ୍ତୁ

• ସିଝା ପାଣି, କ୍ଲୋରିନ୍ ଯୁକ୍ତ ପାଣି ପିଇବାକୁ ପରାମର୍ଶ

ବାତ୍ୟା ପରବର୍ତ୍ତୀ ପଦକ୍ଷେପ-:

• ବାତ୍ୟା ପରେ ଭଙ୍ଗା ପଡ଼ିଥିବା କିମ୍ବା ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଗୃହକୁ ଯାଆନ୍ତୁ ନାହିଁ ।

• ଭାଙ୍ଗି ପଡ଼ିଥିବା ବିଦ୍ୟୁତ୍ ଖୁଣ୍ଟି ଠାରୁ ଦୂରରେ ରୁହନ୍ତୁ

• ଏକ ସୁରକ୍ଷିତ ସ୍ଥାନରେ ଯଥା ସମ୍ଭବ ବିସ୍ତାପିତ ହେବାକୁ ଚେଷ୍ଟା କରନ୍ତୁ

ସେହିପରି ମତ୍ସ୍ୟଜୀବୀ ମାନଙ୍କୁ ତାଙ୍କର ଡ଼ଙ୍ଗାକୁ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ । ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ । ଏହାସହ ରେଡ଼ିଓରେ ବାତ୍ୟା ସମ୍ପର୍କିତ ଖବର ଶୁଣବାକୁ ପାଇଁ ସାଥିରେ ବ୍ୟାଟେରୀ ମଧ୍ୟ ରଖନ୍ତୁ ।