ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଅଘଟଣ । ‘RRR’ ଦେଖୁଦେଖୁ ଚାଲିଗଲା ଜୀବନ

841

କନକ ବ୍ୟୁରୋ: ଫିଲ୍ମ ଦେଖୁଦେଖୁ ଚାଲିଗଲା ଜୀବନ । ଏପରି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଅନନ୍ତପୁର ଅଞ୍ଚଳରେ । ଏସଏସ ରାଜାମୌଲୀ ପ୍ରଯୋଜିତ ଫିଲ୍ମ ‘ ଆରଆରଆର’ ଏବେ ଧୁମ ମଚେଇଛିି । ସାରା ଦୁନିଆଁର ସିନେମାଘରେ ମାର୍ଚ୍ଚ ୨୫ ତାରିଖରେ ରିଲିଜ ହୋଇଛି । ଏହି ଫିଲ୍ମର ମୁଖ୍ୟ କଳାକାର ଜୁନିଅର ଏନଟିଆର ଓ ରାମ ଚରଣଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ହିଁ ପ୍ରଶଂସକମାନେ ନାହିଁନଥିବା ଉତ୍ସବ ପାଳନ କରିଥିଲେ ।

ଗୋଟେପଟେ ଫିଲ୍ମକୁ ନେଇ ପ୍ରଶଂସକ ଉତ୍ୱ ପାଳନ କରୁଥିବାବେଳେ ଶ୍ରୀକାକୁଲମରେ ଏହି ଫିଲ୍ମର ପୋଷ୍ଟରକୁ କ୍ଷୀରରେ ଗାଧୋଇଦେଇଥିଲେ । କ୍ଷୀରର ଟ୍ୟାଙ୍କର ମଗାଇ ଶ୍ରୀକାକୁଲମର ଥିଏଟର ବାହାରରେ ଫିଲ୍ମର ପୋଷ୍ଟରକୁ କ୍ଷୀରରେ ଧୋଇଦେଇଥିଲେ ପ୍ରଶଂସକ । ହେଲେ ଅନନ୍ତପୁରରେ ଏକ ଦୁଃଖଦ ଘଟଣା ଘଟିଛି । ଏସଭିସି ସିନେମ୍ୟାକ୍ସ ଥିଏଟରରେ ସିନେମା ଦେଖୁଥିବାବେଳେ ଓବୁଲେସ୍ ନାମକ ଜଣେ ବ୍ୟକ୍ତିଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲଶ ।