ଅର୍ଥବଳ ବନାମ ଜନବଳ । ହିଟ୍ ମେସିନ୍ ଅଭିଜିତ୍ ମଜୁମଦାର୍ ଓ କାକାଙ୍କ ଗୀତ ବଢ଼ାଇଲା ବେଣୁ ମଉସାଙ୍କ ବଳ, ରାତାରାତି ଭାଇରାଲ ହେଲା ସ୍ୱାଧିନ ପାଇଁ ପ୍ରାର୍ଥୀ ଶାନଦାର୍ ପ୍ରଚାର ଗୀତ

277

କନକ ବ୍ୟୁରୋ: ନା ଅର୍ଥବଳ, ନା ବାହୁ ବଳ କିଛି କାମ ଦେବନି । ଏଥର ବାଲେଶ୍ୱରର ଭରସା କେବଳ ବେଣୁ ମଉସା । ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ପ୍ରଚାର ତାତି ବଢୁଥିବାବେଳେ ଚର୍ଚ୍ଚିତ ସ୍ୱାଧିନପ୍ରାର୍ଥୀ ବେଣୁ ମଉସାଙ୍କ ପାଇଁ ଏକ ଫ୍ୟାନ୍ ମେଡ୍ ଗୀତ ଗାଇଛନ୍ତି ହିଟ୍ ମେସିନ୍ ଅଭିଜିତ୍ ମଜୁମଦାର୍ ।

ତେବେ ଏହି ନିର୍ବାଚନୀ ଗୀତ ମା ଅମ୍ବିକା ମ୍ୟୁଜିକ୍ ପ୍ରଡକ୍ସନରେ ପ୍ରସ୍ତୁତ କରାଯାଇଛି । ଯାହାର ପ୍ରଯୋଜକ ହେଉଛନ୍ତି ସମସ୍ତଙ୍କ ଅତି ପ୍ରିୟ କାକା । ଆଉ ଏହି ଗୀତକୁ ବେଶ୍ ସୁନ୍ଦର ଭାବେ ଲେଖିଛନ୍ତି ପ୍ରମୋଦ ପରିଡ଼ା ।

ଏଥର ବାଲେଶ୍ୱରର ସବୁଠାରୁ ଗରିବ ପ୍ରାର୍ଥୀ ବେଣୁ ମଉସାଙ୍କ ପାଇଁ ସୋସିଆଲ ମିଡ଼ିଆରେ ଜୋରଦାର୍ ଜନସମର୍ଥନ ମିଳୁଥିବାବେଳେ, ଏହି ଗୀତ ଦ୍ୱାରା ବେଣୁ ମଉସାଙ୍କ ବଳ ବଢ଼ାଇବାକୁ ବାଲେଶ୍ୱରର ପ୍ରତିଟି ସଚେତନ ନାଗରିକଙ୍କୁ ଅନୁରୋଧ କରାଯାଇଛି । ଆଉ ଏଥିରେ ମିଷ୍ଟର ର’ କିଙ୍ଗଙ୍କ ରାପ୍ ଗୀତକୁ ଆହୁରି ଲୋକପ୍ରିୟ କରାଇଛି ।

ଜଣେ ଗରିବ ଆଉ ସ୍ୱାଧିନ ପ୍ରାର୍ଥୀର ସ୍ୱର ଯେମିତି ଟଙ୍କା ପଇସା ଆଗରେ ନ ଦବିଯାଏ ସେଥିପାଇଁ ଏହି ଗୀତଟି ବେଶ୍ ରୋଚକ ଢ଼ଙ୍ଗରେ ପ୍ରସ୍ତୁତ ହୋଇଛି । ଧିରେ ଧିରେ ବେଣୁ କେବଳ ଆଉ ଏକ ନାଁ ହୋଇ ନାହିଁ ବରଂ ଏହା ଏକ ବିପ୍ଳବରେ ପରିଣତ ହେବାରେ ଲାଗିଛି ।