କପିଲ ଶର୍ମାଙ୍କୁ ଭେଟି ଭାବୁକ ହେଲେ ଫ୍ୟାନ : କହିଲେ, “ମୁଁ କ୍ୟାନସର ରୋଗୀ, ଆପଣଙ୍କ ଶୋ’ ଦେଖି ଠିକ୍ ହେଉଛି ।”
କମେଡି କିଙ୍ଗ କପିଲ ଶର୍ମା ସୋନି ଟିଭିରେ ପୁଣି ଥରେ ନିଜର ଶୋର ସେକେଣ୍ଡ ସିଜନ୍ ନେଇ ଆସିଛନ୍ତି । ପୁରା ଗୋଟିଏ ବର୍ଷ ପରେ କପିଲ ଧମାକାଦାର ଏଣ୍ଟ୍ରି କଲେ । ୨୯ ଡିସେମ୍ବରରୁ ଆରମ୍ଭ ହୋଇଥିବା କପିଲଙ୍କ ଶୋ’ ର ପ୍ରଥମ ଏପିସୋଡରେ ଟିମ୍ ସିମ୍ବା ବହୁତ ମସ୍ତି କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୋନି ଟିଭିର ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପ୍ରୋମୋ ଭିଡିଓରେ ଜଣେ ଫ୍ୟାନ କପିଲଙ୍କୁ କହିଲେ କି, ସେ ତାଙ୍କ ଉପରେ ରାଗିଛନ୍ତି । କପିଲ ଫ୍ୟାନ୍ କହିଛନ୍ତି କି, ସେ ତାଙ୍କୁ ଓ ଗିନ୍ନିଙ୍କୁ ବିବାହ ଶୁଭେଚ୍ଛା ଜଣାଉଛନ୍ତି ଏବଂ ଏହା ସହିତ କପିଲ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ଠିକ୍ ରେ ନିଅନ୍ତୁ । ସେ କ୍ୟାନସରର ଶେଷ ପର୍ଯ୍ୟାୟରେ ଅଛନ୍ତି ଓ କପିଲଙ୍କ ଉପରେ ବହୁତ ରାଗିଛନ୍ତି କାହିଁକିନା ତାଙ୍କ କପିଲଙ୍କ ଶୋ ଗୋଟିଏ ବର୍ଷ ହେଲା ଟେଲିକାଷ୍ଟ ହୋଇନଥିଲା । ସେ କପିଲଙ୍କୁ ବହୁତ ମିସ୍ କଲେ ଓ କପିଲଙ୍କ ଶୋ’ର ପୁରୁଣା ଏପିସୋଡ ଦେଖି ନିଜକୁ ଖୁସି ରଖୁଥିଲେ । ଏହା ଉପରେ କପିଲ ଶର୍ମା କହିଛନ୍ତି କି, ବହୁତ ବହୁତ ଧନ୍ୟବାଦ ଓ ସେ ଭଗବାନଙ୍କ ଠାରେ ପ୍ରାର୍ଥନା କରିବେ କି ସେ ସବୁବେଳେ ହସୁଥାନ୍ତୁ । ଓ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।