କନକ ବ୍ୟୁରୋ: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ । ଦିଲ୍ଲୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ସେ ପଦ୍ମ ଧରିବେ । ତେବେ ସେ ପୂର୍ବରୁ ପଶ୍ଚିମ ପଶ୍ଚିମ ଚମ୍ପାରଣ ସିଟରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ, ହେଲେ ଏବେ ସେ ନିର୍ବାଚନ ଲଢିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ନିଜକୁ ବିହାର ମାଟିର ପୁଅ ବୋଲି କହୁଥିବା ମନୀଷ କଶ୍ୟପ ପଶ୍ଚିମ ଚମ୍ପାରଣ ସିଟରେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଥିଲେ । ସେଠାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି କହିଆସୁଥିଲେ । ହେଲେ ଏହାପରେ ସେ ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି । ତେବେ ଜାଣିରଖିବା ଉଚିତ୍ ଯେ, ଏହା ପୂର୍ବରୁ ସେ ବିହାରର ଚନପଟିଆ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିସାରିଛନ୍ତି । ଯେଉଁଥିରେ କି ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।
ସୂଚନାଯୋଗ୍ୟ ଯେ, ବିହାରର ବେତିୟା ଜିଲ୍ଲାରେ ରହିଥିବା ମନୀଷ କଶ୍ୟପ ସେତେବେଳେ ବେଶ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ତାଙ୍କୁ ମିଛ ଭାଇରାଲ ଭିଡିଓ କେସରେ ପୋଲିସ ଗିରଫ କରିଥିଲା । ପାଖାପାଖି ୯ ମାସ ଧରି ସେ ଜେଲରେ ରହିଥିଲେ । ତା ସହ ୟୁଟ୍ୟୁବରେ ମଧ୍ୟ ସେ ବେଶ ଲୋକପ୍ରିୟ । ତାଙ୍କ ଚ୍ୟାନେଲର ପାଖାପାଖି ୮.୭୫ ମିଲିୟନ୍ ସବସ୍କ୍ରାଇବର ଅଛନ୍ତି । ବିଶେଷକରି ସାମାଜିକ ମୁଦ୍ଦା ଉପରେ ସେ ଭିଡିଓ ବନାଉଥିବାବେଳେ, ତାଙ୍କର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେଇଥାଏ ।