କଟକଣା ଭିତରେ ପାଳନ ହେଲା ବଲାଙ୍ଗୀରର ପ୍ରସିଦ୍ଧ ଶୁଳିଆ ଯାତ୍ରା: ରକ୍ତରଂଜିତ ହେଲା ଶୁଳିଆ ପୀଠ; ପରମ୍ପରା ଓ ରୀତିନୀତି ଅନୁସାରେ ପଡିଲା ବଳି

ପୁଲିସ ପ୍ରଶାସନ ପକ୍ଷରୁ ଯାତ୍ରା ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

164

କନକ ବ୍ୟୁରୋ: କରୋନା କଟକଣା ଭିତରେ ରକ୍ତରଂଜିତ ହେଲା ବଲାଙ୍ଗୀର ଶୁଳିଆ ଯାତ୍ରା । ଦେଓଗାଁ ବ୍ଲକ କୁଳିତାପଡା ପଂଚାୟତର ଖଇରଗୁଡାର ବଡ଼ଖଳା ଓ କୁମୁରିଆର ସାନଖଳାରେ ବଳି ପଡିଛି । ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ଯାତ୍ରା ପାଳନ ହୋଇଛି । ହେଲେ କୋଭିଡ କଟକଣା ସତ୍ତେ୍ୱ ହଜାର ହଜାର ପଶୁପକ୍ଷୀଙ୍କୁ ବଳି ଦିଆଯାଇଛି ।

ପୂର୍ବରୁ ବଳି ରୋକିବାରେ ବିଫଳ ହୋଇ ଆସୁଥିବା ଜିଲ୍ଲା ଓ ପୁଲିସ ପ୍ରଶାସନ ଆଦିବାସୀଙ୍କ ରୀତିନୀତି ଆଗରେ ହାର ମାନିଛି । ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁଭକ୍ତ ଏଠାକୁ ଆସିଥାନ୍ତି । ପ୍ରତିବର୍ଷ ପୌଷ ମାସରେ ପାଳିତ ହୁଏ ଶୁଳିଆ ଯାତ୍ରା । ବଳିପ୍ରଥା ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ବୈଠକରେ ଅନୁରୋଧ କରିଥିଲେ ବି ବଳି ନେଇ ଜିଦରେ ଅଟଳ ଥିଲା କମିଟି । ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  ।