ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ । ବଲାଙ୍ଗିର ଖଇରଗୁରା ଓ କୁମୁରିଆ ଖଳାରେ ପଡିଲା ପଶୁବଳି

200

କନକ ବ୍ୟୁରୋ : ଆଜି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରା ଓ କୁମୁରିଆ ଖଳାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହେଉଛି । ଆଦିବାସୀ ସମ୍ପ୍ରଦାୟ ତଥା ମାନସିକଧାରୀ ଶ୍ରଦ୍ଧାଳୁମାନେ ପଶୁବଳି ଦେଉଛନ୍ତି । ଯାତ୍ରା ପାଇଁ ଆଖପାଖ ଗାଁ ମାନଙ୍କରେ କୁଣିଆ ପହଞ୍ଚି ଗ୍ରାମ୍ୟ ଦେବତାଙ୍କ ଗାଁ ପରିକ୍ରମା ଓ ଆଦ୍ୟପୂଜା କରାଯାଇଛି ।

ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ଆୟୋଜନ ପାଇଁ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାଜିଷ୍ଟ୍ରେଟଙ୍କ ସମେତ ୩ ପ୍ଲାଟୁନ ପୋଲିସ ଫୋର୍ସ, ୧୫ ଅଧିକାରୀ, ୪୦ ଜଣ ହୋମଗାର୍ଡ ନିଯୁକ୍ତ ହୋଇଛନ୍ତି ।