ସାରା ଦୁନିଆରେ ପ୍ରସିଦ୍ଧ ଲାଭ କରିଥିବା ପାକିସ୍ତାନର ଏହି ମନ୍ଦିର ! ଭବ୍ୟତା ଏଭଳି ଦେଶ ବାହାରୁ ଠାକୁରଙ୍କୁ ଦର୍ଶନ କରିବାକୁ ଆସନ୍ତି ଶ୍ରଦ୍ଧାଳୁ ।

251

ଦେଶ ବିଭାଜନ ପରେ ଭାରତ ଏବଂ ପାକିସ୍ତାନ ନାମରେ ଦୁଇଟି ଦେଶ ବିଭାଜିତ ହେଲା କିନ୍ତୁ ଆଜି ମଧ୍ୟ ଭାରତର ଏଭଳି କିଛି ସନ୍ତକ ପାକିସ୍ତାନରେ ମହଜୁତ୍ ରହିଛି । ପାକିସ୍ତାନରେ ଆଜି ମଧ୍ୟ କିଛି ଏଭଳି ମନ୍ଦିର ରହିଛି ଯାହା ବିଶ୍ୱସାରା ଖୁବ୍ ଚର୍ଚ୍ଚିତ ।

କରାଚୀରେ ୧୫୦୦ ବର୍ଷ ପୁରାତନ ଏକ ହନୁମାନ ମନ୍ଦିର ରହିଛି ଯାହାର ଅନେକ ମାନ୍ୟତା ରହିଛି । ପାକିସ୍ତାନର ଇସଲାମକୋଟରେ ମଧ୍ୟ ଏକ ରାମ ମନ୍ଦିର ରହିଛି । ଯାହାର ଭବ୍ୟତା ଦେଖିବା ପାଇଁ କାହିଁ କୁଆଡୁ ଲୋକ ପାକିସ୍ତାନ ଯାଇଥାନ୍ତି ।

ପାକିସ୍ତାନର ପେଶାୱରରେ ଗୋରଖନାଥଙ୍କ ମନ୍ଦିର ରହିଛି । ଏହି ଐତିହାସିକ ମନ୍ଦିର ୧୬୦ ବର୍ଷ ପୁରୁଣା । ଦେଶ ବିଭାଜନ ପରେ ଏହି ମନ୍ଦିର ବନ୍ଦ ପଡିଥିଲା । କିନ୍ତୁ ପେଶାୱର ହାଇକୋର୍ଟଙ୍କ ଆଦେଶ କ୍ରମେ ନଭେମ୍ବର ୨୦୧୧ ମସିହାରେ ଏହାକୁ ଦ୍ୱିତୀୟବାର ଖୋଲାଗଲା ।

ପାକ୍ ଅଧିକୃତ କାଶ୍ମୀରରେ ଏକ ଶିବ ମନ୍ଦିର ରହିଅଛି । ଏହି ମନ୍ଦିର କେବେ ପ୍ରସ୍ତୁତ ହୋଇଥିଲା ଏହାର ଇତିହାସ ଉପଲବ୍ଧ ନାହିଁ । ଭାରତ ଏବଂ ପାକିସ୍ତାନ ବିଭାଜନର କିଛି ସମୟ ପର୍ଯ୍ୟନ୍ତ ଏହି ମନ୍ଦିର ଠିକ୍ ଅବସ୍ଥାରେ ଥିଲା ।

କିନ୍ତୁ କିଛି ସମୟପରେ ଏଠାକୁ ଭକ୍ତଙ୍କ ଆସିବା କମ୍ ହୋଇଗଲା । ଏହି କାରଣରୁ ଏବେ ଏହି ମନ୍ଦିର ବି ଏକ ଭଙ୍ଗା ଘର ଭଳି ପଡିରହିଛି ।

ବଲୁଚ୍ଚିସ୍ତାନ୍ ପ୍ରାନ୍ତରେ ଥିବା ପ୍ରସିଦ୍ଧ ହିଙ୍ଗଲାଲ୍ ମନ୍ଦିରରେ ପ୍ରବେଶ କରିବା କୌଣସି କଠିନ ପରୀକ୍ଷା ଠାରୁ କମ୍ ନୁହେଁ । ସେହିଭଳି ସିନ୍ଧୁ ପ୍ରାନ୍ତର ଥାରପାରକର ଜିଲ୍ଲାରେ ଅବସ୍ଥିତ ଗୌରୀ ମନ୍ଦିର ମଧ୍ୟ ଖୁବ୍ ଚର୍ଚ୍ଚିତ । ଏହି ଜିଲ୍ଲାରେ ଅଧିକ ହିନ୍ଦୁ ତଥା ଆଦିବାସୀ ରହୁଥିବାରୁ ଗୌରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମେ । ପାକ୍ ରେ ଏମାନଙ୍କୁ ଥାରୀ ହିନ୍ଦୁ କୁହାଯାଏ । ପାକିସ୍ତାନ ପଞ୍ଜାବର କଟାସକ୍ଷେତ୍ରରେ ଥିବା ଏହି ମନ୍ଦିର ଇତିହାସ ପ୍ରସିଦ୍ଧ ଅଟେ ।