ଫେବୃଆରୀରେ ପାକିସ୍ତାନରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ଷମତା ସଂଗ୍ରାମରେ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ, ନୱାଜ ସରିଫଙ୍କ ପାର୍ଟି ପାକିସ୍ତାନ ମୁସଲିମ ଲିଗ ଏବଂ ଆସିଫ ଅଲି ଜରଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ମଧ୍ୟରେ ତୀବ୍ର ପ୍ରତିଯୋଗିତା ହେବାକୁ ଯାଉଛି । ଏହାଛଡା ସେଠାରେ ଆତଙ୍କବାଦୀମାନେ ମଧ୍ୟ ନିର୍ବାଚନ ମଇଦାନକୁ ଓଲହାଇଛନ୍ତି । ସବୁଠୁ ରୋଚକ କଥା ହେଲା ଏହି ନିର୍ବାଚନରେ କେତେକ ଚଳଚ୍ଚିତ୍ର ତାରକା ଏବଂ ସୋସିଆଲ ମିଡିଆ ସେଲିବ୍ରିଟି ମଧ୍ୟ ନିଜର ଭାଗ୍ଯ ପରୀକ୍ଷା କରିବାକୁ ବାହାରିଛନ୍ତି ।
ଏଥିମଧ୍ୟରେ ପ୍ରସିଦ୍ଧ ଅଭିନେତ୍ରୀ ନୁର ବୁଖାରୀ, ଟିକଟକର ସୁଦଲ ଖଟକ୍ ମଧ୍ୟ ଅଛନ୍ତି । ପାକିସ୍ତାନର ଜଣାଶୁଣା ଅଭିନେତ୍ରୀ ନୁର ବୁଖାରୀ ମଧ୍ୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେ ଲାହୋରରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନୁର ହେଉଛନ୍ତି ଇସ୍ତେହକାମ-ଇ-ପାକିସ୍ଥାନ ପାର୍ଟି (ଆଇପିପି) ନେତା ଅନ୍ ଚୌଧୁରୀଙ୍କ ପତ୍ନୀ । ପ୍ରସିଦ୍ଧ ଚଳଚ୍ଚିତ୍ର 'ଭାଇ ଲଗ୍'ର ଅଭିନେତ୍ରୀ ନୁର ବୁଖାରୀ ମହିଳାଙ୍କ ପାଇଁ ସଂରକ୍ଷିତ ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୪୪ ଉର୍ଦ୍ଦୁ ଏବଂ ୨୦ ଟି ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରିଥିବା ନୁର ବୁଖାରୀ ନିକଟରେ ନିଜର ସୋସିଆଲ ମିଡିଆ ଚ୍ୟାନେଲ ଆରମ୍ଭ କରିଥିଲେ ଯାହା ବହୁ ଲୋକପ୍ରିୟତା ହାସଲ କରୁଛି ।
ଟିକଟକ୍ ଷ୍ଟାର ସୁନ୍ଦଲ ଖଟ୍ଟକ ଖାଇବର ପାଖ୍ଟନଖୱା ଆସନରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କିଛି ମାସ ପୂର୍ବେ ସୁନ୍ଦଲ ସୋସିଆଲ ମିଡିଆ ତାରକା ହରିମ ଶାହାଙ୍କ ସହ ଏକ ଭିଡିଓ ଟିକଟକରେ ଭାଇରାଲ ହେବା ପରେ ସେ ଟ୍ରୋଲ ହେଇଥିଲେ । ଏହା ପରେ ମାମଲା କୋର୍ଟରେ ପହଞ୍ଚିଥିଲା ଏବଂ ତାଙ୍କୁ ଜାମିନ ନେବାକୁ ପଡିଥିଲା । ସୁନ୍ଦଲ ବର୍ତ୍ତମାନ ଲୋକପ୍ରିୟତାର ଶିଖରରେ ଅଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ତାଙ୍କୁ ସୋସିଆଲ ମେଡିଆରେ ଅନୁସରଣ କରୁଛନ୍ତି ।
ନିଜର ନିଆରା ଗାୟନ ଶୈଳୀ ପାଇଁ ପାକିସ୍ତାନରେ ପ୍ରସିଦ୍ଧ ଚାହତ ଫତେହ ଅଲି ଖାନ ଲାହୋରରୁ ନାମାଙ୍କନ ଦାଖଲ କରିଛନ୍ତି । ସେ ଲାହୋରର NA-128 ଆସନରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏକଦା କ୍ରିକେଟର ଥିବା ଚାହତ ମଧ୍ୟ ଚଳିତ ବର୍ଷ ଆରମ୍ଭରେ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ଏବଂ ଆଇସିସି ବିଶ୍ୱକପ୍ର ସଂଗୀତ ଗାଇଥିଲେ। ଯାହା ବେଶ୍ ପ୍ରସିଦ୍ଧ ହୋଇଥିଲା । ସେ ବିଲାୱାଲ ଭୁଟ୍ଟୋଙ୍କ ବିପକ୍ଷରେ ଏଠାରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।
ପାକିସ୍ତାନରେ ଜାତୀୟ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ଡକ୍ଟର ସଭିରା ପ୍ରକାଶ ହେଉଛନ୍ତି ପ୍ରଥମ ହିନ୍ଦୁ ମହିଳା । ସେ ପାକିସ୍ତାନୀ ପିପୁଲ୍ସ ପାର୍ଟିର ଟିକେଟରେ ଖାଇବର ପାଖ୍ଟନଖୱାଙ୍କ ବନେର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ । ସୁଯୋଗ ପାଇଲେ ସେ ମୋଦୀଙ୍କର ଖୁବ ପ୍ରଶଂସା କରିଥାନ୍ତି । ସଭିରା କହିଛନ୍ତି ଯେ ଲୋକଙ୍କ ସମର୍ଥନ ହେତୁ ସେ ନିର୍ବାଚନ ଲଢିବାକୁ ଏତେ ସାହସ ପାଇଛନ୍ତି । ସେ ନିଶ୍ଚିତ ଭାବେ ନିର୍ବାଚନରେ ​​ସଫଳତା ପାଇବେ ବୋଲି ଦୃଢତାର ସହ କହିଛନ୍ତି ।
ଏମାନଙ୍କ ବ୍ୟତୀତ ଆତଙ୍କବାଦୀ ହାଫିଜ ସଇଦର ପୁଅ ତାଲହା ସଇଦ ମଧ୍ୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି । ସେ ଲାହୋରର NA-122 ନିର୍ବାଚନମଣ୍ଡଳୀରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛି । କୁହାଯାଉଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଏଠାରୁ ନିର୍ବାଚନ ଲଢିପାରନ୍ତି । ୨୦୧୮ ନିର୍ବାଚନରେ ​​ହାଫିଜ ନିଜର ଦଳ ଗଠନ କରି ପ୍ରାର୍ଥୀ ଦେଇଥିଲା କିନ୍ତୁ ପାକିସ୍ତାନ ଜନସାଧାରଣଙ୍କ ସମର୍ଥନ ପାଇବାରେ ସମ୍ପୂର୍ଣ ବିଫଳ ହେଇଥିଲା । ତାର ପାର୍ଟିର ସମସ୍ତ ପ୍ରତିଦ୍ଵନ୍ଦୀଙ୍କ ଅମାନତ ଜବତ ହେଇଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/pe.jpg)
/kanak/media/post_attachments/wp-content/uploads/2023/12/11-33.jpg)
/kanak/media/post_attachments/wp-content/uploads/2023/12/22-37.jpg)
/kanak/media/post_attachments/wp-content/uploads/2023/12/33-20.jpg)
/kanak/media/post_attachments/wp-content/uploads/2023/12/44-3.jpg)
/kanak/media/post_attachments/wp-content/uploads/2023/12/55.jpg)