କନକ ବ୍ୟୁରୋ : ଦେଶରେ ଜଣାଶୁଣା କୃଷି ବୈଜ୍ଞାନିକ ଏମଏସ୍ ସ୍ୱାମୀନାଥନଙ୍କର ମୃତ୍ୟୁ ହୋଇଛି । ଚେନ୍ନାଇ ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଦେଶରେ ସବୁଜ କ୍ରାନ୍ତିର ଜନକ ଥିଲେ ଏହି ବୈଜ୍ଞାନିକ । ପ୍ରଫେସର ସ୍ୱାମୀ ନାଥନ୍ ଜଣେ ପ୍ରସିଦ୍ଧ କୃଷି ବିଜ୍ଞାନୀ ଥିଲେ । ଯିଏ କି ଦେଶରେ ଚାଉଳ ଓ ଗହମର ନୂଆ ନୂଆ ବିହନ ପ୍ରସ୍ତୁତ କରି ଦେଶର ଚାଷୀମାନଙ୍କ ଉତ୍ପାଦନ ବୃଦ୍ଧି କରାଇଥିଲେ । ଦେଶକୁ କିଭଳିଭାବେ ମରୁଡିରୁ ରକ୍ଷା କରାଯାଇପାରିବ ଓ ଖାଦ୍ୟ ଉତ୍ପାଦନ ବୃଦ୍ଧି କରାଯାଇପାରିବ ସେନେଇ ସେ ଆମେରିକାର କୃଷି ବୈଜ୍ଞାନିକ ନାର୍ମନ ବୋରଲୋଗଙ୍କ ସହ ୧୦ ବର୍ଷ ଧରି କାମ କରିଥିଲେ ।

Advertisment

୧୯୮୭ ମସିହାରେ ସ୍ୱାମୀନାଥନଙ୍କୁ ପ୍ରଥମ ଥର ପାଇଁ ବିଶ୍ୱ ଖାଦ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏହାସହ ୧୯୭୧ ମସିହାରେ ପ୍ରତିଷ୍ଠିତ ରମଣ ମେଗାସେସ୍ ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନୀତ କରାଯାଇଥିଲା । ସୂଚନା ଥାଉକି ଏମଏସ ସ୍ୱାମୀନାଥନଙ୍କ ପତ୍ନୀ ମୀନା ସ୍ୱାମୀନାଥନଙ୍କର ଗତବର୍ଷ ମୃତ୍ୟୁ ହୋଇଥିଲା । ତାଙ୍କ କନ୍ୟା ସୌମ୍ୟା ସ୍ୱାମୀନାଥନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ମୁଖ୍ୟ ବୈଜ୍ଞାନିକ ଭାବେ କାମ କରିସାରିଛନ୍ତି । କରୋନା ସମୟରେ ସୌମ୍ୟା ସ୍ୱାମୀନାଥନଙ୍କର କାର୍ଯ୍ୟକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା ।