ଐଶ୍ କିମ୍ବା ଦିପୁ ନୁହଁ ଏହି ଅଭିନେତ୍ରୀଙ୍କୁ ଫଲୋ କରନ୍ତି ପ୍ରଶଂସକ ! ଧାରାବାହିକର ପ୍ରସିଦ୍ଧ ଚେହେରା ମଧ୍ୟରୁ ଜଣେ ହେଉଛନ୍ତି ଏହି ସୁନ୍ଦରୀ ।

37

ଆପଣ ଏବେ ଚିନ୍ତାରେ ପଡିଯିବେଣି ଯେ କିଏ ଏହି ନାୟିକା ଯେ ଦୀପିକା ଏବଂ ଐଶ୍ୱର୍ଯ୍ୟାଙ୍କଠାରୁ ଅଧିକ ଲୋକପ୍ରିୟତା ସାଉଁଟିଛନ୍ତି । ଏହି ସୁନ୍ଦରୀ ନାୟିକା ଜଣକ ଆଉ କେହି ନୁହଁନ୍ତି ଧାରାବାହିକ ଜଗତର ଲୋକପ୍ରିୟ ହିରୋଇନ୍ ଜେନିଫର୍ ୱିଙ୍ଗେଣ୍ଟ । ପ୍ରଥମେ କୁହାଯାଉଥିଲାଯେ ବେପନହା ଆକ୍ଟର ଜେନିଫର କାନ୍ସରେ ନାହାଁନ୍ତି,କିମ୍ବା ସେ କାନ୍ସ ଫେଷ୍ଟିଭାଲ କାରପେଟରେ ୱାକ କରୁନାହାଁନ୍ତି,କାନ୍ସରେ ନୁହେଁ ବରଂ ସେ ବେପନହା ସେଟରେ ନିଜ ଲୁକକୁ ଲିଟଲ କାନ୍ସ ମୋମେଂଟ କହିଛନ୍ତି । ଜେନିଫର ବେପନହା ସେଟରୁ ଲାଲ ରଙ୍ଗର ଗାଉନରେ ଏକ ଫଟୋ ସେୟାର କରିଛନ୍ତି । ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ସେ ଏବେ ମୁମ୍ବାଇର କାନ ଜୁରମାର୍ଗଠାରେ ସୁଟିଂ କରୁଛନ୍ତି । ସେଠାରୁ ସେ ଫଟୋ ସେୟାର କରି ଲେଖିଛନ୍ତି ମୁଁ କାନ୍ସର ରେଡ କାର୍ପେଟରେ ନୁହେଁ ବରଂ କାନ ଜୁରମାର୍ଗରେ ଅଛି । ମୋତେ ଏହାକୁ ଉପଭୋଗ କରିବାରୁ କେହି ବଂଚିତ କରିପାରିବେ ନାହିଁ ।ଜେନିଫରଙ୍କ ଏହି ଲୁକକୁ ଦେଖି ଫ୍ୟାନ୍ସଙ୍କ କହିଛନ୍ତି ଯେ ଜେନିଫର ସେମାନଙ୍କ ଠାରୁ ଖୁବ ଅଧିକ ଯେଉଁମାନେ କାନ୍ସରେ ରେଡ କାର୍ପେଟରେ ନଜର ଆସିଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଦର୍ଶକ ଜେନିଫରଙ୍କୁ ଖୁବ ପସନ୍ଦ କରନ୍ତି। ସମୟ ସହିତ ତାଙ୍କ ଲୁକ ମଧ୍ୟ ଖୁବ ପରିବର୍ତ୍ତନ ହେଉଛି । ତେବେ ବେପନହା ପୂର୍ବରୁ ସୋନି ଚ୍ୟାନେଲରେ ପ୍ରସାରିତ ଧାରାବହିକ ବେହଦରେ ସେ ଖୁବ ଜନପ୍ରିୟତା ହାସଲ କରିଛନ୍ତି । ବେପନହାରେ ଜେନିଫର ଜୋୟା ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଧାରାବାହିକରେ ସେ ଏକ ଆଧୁନିକ ମୁସଲିମ ଝିଅ ଚରିତ୍ରରେ ନଜର ଆସୁଛନ୍ତି ।