କନକ ବ୍ୟୁରୋ: ବଲିଉଡର ଦବଙ୍ଗ ଗାର୍ଲ କଙ୍ଗନା ରାନାୱତ୍ ତାଙ୍କର ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏପରି ଏକ ଫଟୋ , ଯାହାକୁ ନେଇ ୟୁଜର୍ସ ମାନଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସୁକତା । କଙ୍ଗନା ଜଣେ ଆଇଟମ୍ ଗାର୍ଲଙ୍କ ଫଟୋ ସେୟାର କରିଛନ୍ତି  ।ଏ ଆଇଟମ ଗାର୍ଲ ଜଣକୁ ଆଉ କେହି ନୁହଁନ୍ତି ଏ ହେଉଛନ୍ତି ଲୋକପ୍ରିୟ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକି ।  । ‘ଟିକୁ ୱେଡସ୍ ସେରୁ’ ଫିଲ୍ମ ପାଇଁ ନବାଜୁଦ୍ଦିନ୍ ଏହି ଲୁକ୍ ଆପଣାଇଛନ୍ତି ।

Advertisment

ନବାଜୁଦ୍ଦିନଙ୍କର ଏହି ଡିଫରେଣ୍ଟ ୁକ୍ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । କଙ୍ଗନା ନବାଜ୍ୁଦ୍ଦିନର ଏହି ଫଟୋକୁ ସେୟାର କରି ଲେଖିଛନ୍ତି ‘ସୋ.. ହଟ୍’ । ‘ଟିକୁ ୱେଡ୍ସ ସେରୁ’ର ସୁୁଟିଂ ବର୍ତ୍ତମାନ ଚାଲିଛି । ଏହି ଫିଲ୍ମ କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍ ‘ମଣିକର୍ଣ୍ଣିକା’ ବ୍ୟାନରରେ ନିର୍ମାଣ ହେଉଛି । ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସାଇ କବୀର । ପ୍ରଥମେ ଏଥିରେ ଇରଫାନ୍ ଖାନ୍ ଅଭିନୟ କରିବାର ଥିଲା । ଇରଫାନଙ୍କ ଦେହାନ୍ତ ପରେ ଏଥିରେ ନବାଜ୍ଜୁଦ୍ଦିନ୍  କାମ କରିବାକୁ ଫାଇନାଲ ହୋଇଥିଲା । ଏହି ଫିଲ୍ମ ସହ ‘ଅଦ୍ଭୁତ’ ଓ ‘ହିରୋପନ୍ଥୀ-୨’ରେ କାମ କରୁଛନ୍ତି । ‘ଟିକୁ ୱେଡ୍ସ ସେରୁ’ରେ ନବାଜ୍ଜୁଦ୍ଦିନଙ୍କ ସହ ପ୍ରଥମ ଥର ପାଇଁ ନଜର ଆସିବେ ଅବନୀତ କୌର । ଅବନୀତ ଟେଲିଭିଜନ୍ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ।