କନକ ବ୍ୟୁରୋ : ବର୍ତ୍ତମାନ ବୟସ୍କ ଲୋକଙ୍କ ଟିକାକରଣକୁ ଅଗ୍ରାଧିକାର ଦିଆଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଟିକାକରଣକୁ ଆହୁରି ବ୍ୟାପକ କରାଯିବ । ଦୈନିକ ୧ ଲକ୍ଷ ବୟସ୍କ ଲୋକଙ୍କ ଟିକାକରଣ ପାଇଁ ୯୨୭ କେନ୍ଦ୍ରରେ ଟିକାକରଣ କରାଯାଉଛି। ୧ଲକ୍ଷ ୨୭୩ଜଣ ବୟସ୍କ ଲୋକଙ୍କୁ ଟିକା ଦିଆଯାଇଛି । ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଲୋକଙ୍କୁ ମିଶାଇ ସମୁଦାୟ ୧ଲକ୍ଷ ୨୧ହଜାର ୫୭୨ ଲୋକ ଟିକା ନେଇସାରିଲେଣି।
ଗ୍ରାମାଞ୍ଚଳରେ ବୟସ୍କ ଲୋକଙ୍କୁ ଟିକା ଦେବା ପାଇଁ ପ୍ରଶାସନ ସହଯୋଗରେ ଘର ଘର ବୁଲି ସଚେତନ କରୁଛୁ । ଆଶା ଓ ଅଙ୍ଗନବାଡ଼ି କର୍ମୀ ଏହି କାମ କରୁଛନ୍ତି। ଆମେ ନିଜ ଆଡ଼ୁ ଏହା କରୁଛୁ। ହେଲେ ଏଥି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ନିର୍ଦ୍ଦେଶ ନାହିଁ। ଟିକାର ଦ୍ଵିତୀୟ ମାତ୍ରା ନେବା ପରେ ରୋଗପ୍ରତିରୋଧକ ଶକ୍ତି କେତେ ବଢୁଛି ତା ଉପରେ ଅନୁସନ୍ଧାନ ଚାଲିଛି ।
ଯଦିଓ ନିର୍ଦ୍ଦିଷ୍ଟ ସଂଖ୍ୟା କହିହେବନି କିନ୍ତୁ କୋଭିଡକୁ ମୁକାବିଲା କରିବା ପାଇଁ ଯଥେଷ୍ଟ ଆଣ୍ଟିବଡି ବିକଶିତ ହେଉଥିବା ଜଣାପଡ଼ିଛି । ଏହି ଆଣ୍ଟିବଡି ନୂଆ ଷ୍ଟ୍ରେନରେ ବି କାମ କରିବ । ଅନୁଗୁଳ ଓ ବୌଦ୍ଧରେ କମ ଟିକାକରଣ ହେଉଛି। ଧୀରେ ଧୀରେ ଠିକ ହୋଇଯିବ। ଟିକାକରଣ ପାଇଁ ଲୋକ ଚୟନ କରିବାକୁ ସରପଞ୍ଚମାନଙ୍କୁ କ୍ଷମତା ଦିଆଯାଇ ନାହିଁ । ଯେଉଁ ସ୍ଥାନରୁ ଏପରି ଅଭିଯୋଗ ଆସୁଛି, ଆମେ ତଦନ୍ତ କରିବୁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/coronavirus-vaccine-ap-1597231635.jpg)