କନକ ବ୍ୟୁରୋ: ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସାକ୍ଷାତକାରରେ ମୋଦୀ ସମାଜବାଦ ଓ ପରିବାରବାଦ କଥା କହିଛନ୍ତି । ଆଜିର ସମାଜବାଦ ପରିବାରବାଦ ଅଟେ । ପରିବାରବାଦ ଲୋକତନ୍ତ୍ର ପାଇଁ ବିପଦ । ମୁଁ ସମାଜ ପାଇଂ ସମର୍ପିତ ଅଟେ । ଗରିବଙ୍କ ସେବା କରିବା ମୋର ପ୍ରାଥମିକତା । ପଞ୍ଜାବ, ହରିୟାଣା, ଝାଡଖଣ୍ଡରେ ଚାଲିଛି ପରିବାରବାଦ ପାର୍ଟି । ପରିବାରବାଦୀ ରାଜନୀତିରେ ପ୍ରଥମେ ପ୍ରତିଭାର କ୍ଷତି ହୁଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ମୋଦୀ ଆହୁରି ମଧ୍ୟ କହିଛନ୍ତି, ମୁଁ କାହାର ବାପା କି ଜେଜେ ବାପାଙ୍କ ବିଷୟରେ କିଛି କହିନି । ସେମାନେ କହୁଛନ୍ତି ଆମେ ନେହେରୁଙ୍କ କଥା କହୁନୁ । ଏବେ ନେହେରୁଙ୍କ ନାଁ ନେଲେ କହୁଛନ୍ତି କାହିଁକି ନେଉଛ । କଂଗ୍ରେସ ରାଜନୀତିରେ ଯେଉଁ ଧାରା ତିଆରି କରିଛି ତାହା ବିପଦଜ୍ଜନକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/33-9.jpg)