ଇଞ୍ଜିନିୟର ମୃତ୍ୟୁଞ୍ଜୟ ପାତ୍ରଙ୍କ ଚିକିତ୍ସା ପାଇଁ ସହାୟତା ଲୋଡ଼ିଲେ ଅସହାୟ ପରିବାର : ଚିକିତ୍ସା ପାଇଁ ପରିବାର ଖର୍ଚ୍ଚ କଲେଣି ଅଢେଇ କୋଟି ଟଙ୍କା

219

କନକ ବ୍ୟୁରୋ : ଇଞ୍ଜିନିୟର ମୃତ୍ୟୁଞ୍ଜୟ ପାତ୍ରଙ୍କ ଚିକିତ୍ସା ପାଇଁ ରାଜ୍ୟବାସୀଙ୍କ ସହାୟତା ଲୋଡିଛନ୍ତି ତାଙ୍କ ଅସହାୟ ପରିବାର । ଚିକିତ୍ସାରେ ପ୍ରାୟ ଅଢେଇ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି । ସମସ୍ତ ସଞ୍ଚୟ ଶେଷ ହୋଇଯାଇଥିବା ବେଳେ ଅନେକ ଧାର ଉଧାର କରିଛନ୍ତି । ତଥାପି ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ କୋଲକାତାରେ ଏକମୋ ଚିକିତ୍ସା ପାଇଁ ଗତକାଲି ତାଙ୍କୁ ଏୟାରଲିଫ୍ଟ କରାଯାଇଛି । ଅଧିକ ଚିକିତ୍ସା ପାଇଁ ଆଗାମୀ ୩୦ ଦିନରେ ଆହୁରି ଦେଢ କୋଟି ଟଙ୍କା ଦରକାର ।

କୋଭିଡରେ ଆକ୍ରାନ୍ତ ହୋଇ ସ୍ୱାଶକ୍ରିୟାରେ ସମସ୍ୟା ଯୋଗୁଁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ ୪୯ ବର୍ଷୀୟ ଇଞ୍ଜିନିୟର ମୃତ୍ୟୁଞ୍ଜୟ ପାତ୍ର । ଗତ ୭ ତାରିଖରୁ ଭେଣ୍ଟିଲେଟର ରଖି ଚିକିତ୍ସା ଚାଲିଥିଲା । ହେଲେ ଫୁସଫୁସ ପ୍ରାୟ ୯୦ ପ୍ରତିଶତ ସଂକ୍ରମିତ ହୋଇ ଯାଇଥିବାରୁ ଏକମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ଏହା ପରେ ତାଙ୍କୁ କୋଲକାତା ସ୍ଥାନାନ୍ତର କରାଯାଇଛି । ଏହି ବ୍ୟୟବହୁଳ ଚିକିତ୍ସା ପାଇଁ ପରିବାର ସଦସ୍ୟ ଆର୍ଥିକ ସହାୟତା ଲୋଡିଛନ୍ତି ।

ମୃତ୍ୟୁଞ୍ଜୟଙ୍କୁ ସହାୟତା କରିବାକୁ ଚାହୁଁଥିବା ବଦାନ୍ୟ ବ୍ୟକ୍ତି ଫୋନ ପେ’ କିମ୍ବା ଗୁଗୁଲ ପେ’ କରିବାକୁ ଚାହୁଁଥିଲେ ସୁଜାତା ଜେନାଙ୍କ ମୋବାଇଲ ନମ୍ବର- ୯୪୩୭୯୫୨୫୧୭ରେ କରିପାରିବେ । ସେହିପରି ସୁଜାତା ଜେନାଙ୍କ ବ୍ୟାଙ୍କ ଆକାଉଂଟ ନମ୍ବର ୫୪୦୮୧୦୧୦୦୦୧୪୬୭୪ ଏବଂ ଆଇଏଫଏସସି କୋଡ- ବିକେଆଇଡି ୦୦୦୫୪୦୮ରେ ଅନଲାଇନ ଟ୍ରାମ୍ସଫର ମଧ୍ୟ କରିପାରିବେ ।