କର୍ତ୍ତବ୍ୟ ଆଗରେ ବି ତୁଚ୍ଛ ପଡିଗଲା ପରିବାର ଦାୟିତ୍ୱବୋଧ। କୋରାପୁଟର ପରବ ଉତ୍ସବରେ ଦାୟିତ୍ୱ ସମ୍ପାଦନ କରୁଥିବା ଡିଏସପି ରେଣୁକା ସୁନା ସ୍ୱାମୀଙ୍କ ଦେହାନ୍ତ।

କର୍ତ୍ତବ୍ୟ ଆଗରେ ବି ତୁଚ୍ଛ ପଡିଗଲା ପରିବାର ଦାୟିତ୍ୱବୋଧ। କୋରାପୁଟର ପରବ ଉତ୍ସବରେ ଦାୟିତ୍ୱ ସମ୍ପାଦନ କରୁଥିବା ଡିଏସପି ରେଣୁକା ସୁନା ସ୍ୱାମୀଙ୍କ ଦେହାନ୍ତ।

କନକ ବ୍ୟୁରୋ: ସାଧାରଣତଃ ଆମେ ପୋଲିସ ଅଧିକାରୀଙ୍କ ଭିନ୍ନ ଭିନ୍ନ ଚେହରା ଦେଖିଛୁ । କେତେବେଳେ କିଏ ଲାଞ୍ଚ ଖାଉଛି ତ କେତେବଳେ କିଏ ସାଧାରଣ ଲୋକଙ୍କ କଥା ଶୁଣୁନାହାନ୍ତି । ଏହାରି ଭିତରେ ଅନେକ ପୋଲିସ ଅଧିକାରୀଙ୍କ ସାହାସିକତାର କଥା ବଖାଣିଛୁ । କିନ୍ତୁ ଆଜି ଆମେ ଏଭଳି ଜଣେ ପୋଲିସ ଅଧିକାରୀଙ୍କ କଥା ତହୁଛି ଯାହାଙ୍କ ବିଷୟରେ ଶୁଣିଲେ ଆପଣ ନିଶ୍ଚୟ କହିବେ ସଲାମ ପୁଲିସ ଅଧିକାରୀ ।

ଏହି କାହାଣୀ ହେଉଛି ମହିଳା ପୋଲିସ ଅଧିକାରୀ ରେଣୁକା ସୁନାଙ୍କର । କୋରାପୁଟରେ ଚାଲିଥାଏ ପରବ ଉତ୍ସବ । ଏହି ସମୟରେ ଡ୍ୟୁଟିରେ ବ୍ୟସ୍ତ ଥାନ୍ତି ରେଣୁକା । ଡ୍ୟୁଟି ବେଳେ ଶ୍ୱଶୁର ଘରୁ ଫୋନ ଆସିଥିଲା । ଭିଡରେ ଥିବାରୁ ଫୋନ୍ ରିଙ୍ଗ ବି ଶୁଣିପାରିନଥିଲେ ହେଲେ ଡ୍ୟୁଟି ସରିଲାବେଳକୁ ଘରକୁ କଲ କଲା ପରେ ଶୁଣିବାକୁ ପାଇଲେ ସ୍ୱାମୀର ମୃତ୍ୟୁ ଖବର । କର୍ତବ୍ୟ ଆଗରେ ଯେମିତି ହାର ମାନିଯାଇଛି ସବୁକିଛି । ଭିଡ ଭିତରେ ନିଜ କାମ ଭିିତରେ ନିଜକୁ ହଜାଇ ଦେଇଥିବା ଡିଏସପି ରେଣୁକାଙ୍କ ଏହି ସାହାସ ଓ ଧୈର୍ଯ୍ୟକୁ ସଲାମ ସହ ତାଙ୍କୁୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe