କନକ ବ୍ୟୁରୋ: ସାଧାରଣତଃ ଆମେ ପୋଲିସ ଅଧିକାରୀଙ୍କ ଭିନ୍ନ ଭିନ୍ନ ଚେହରା ଦେଖିଛୁ । କେତେବେଳେ କିଏ ଲାଞ୍ଚ ଖାଉଛି ତ କେତେବଳେ କିଏ ସାଧାରଣ ଲୋକଙ୍କ କଥା ଶୁଣୁନାହାନ୍ତି । ଏହାରି ଭିତରେ ଅନେକ ପୋଲିସ ଅଧିକାରୀଙ୍କ ସାହାସିକତାର କଥା ବଖାଣିଛୁ । କିନ୍ତୁ ଆଜି ଆମେ ଏଭଳି ଜଣେ ପୋଲିସ ଅଧିକାରୀଙ୍କ କଥା ତହୁଛି ଯାହାଙ୍କ ବିଷୟରେ ଶୁଣିଲେ ଆପଣ ନିଶ୍ଚୟ କହିବେ ସଲାମ ପୁଲିସ ଅଧିକାରୀ ।
ଏହି କାହାଣୀ ହେଉଛି ମହିଳା ପୋଲିସ ଅଧିକାରୀ ରେଣୁକା ସୁନାଙ୍କର । କୋରାପୁଟରେ ଚାଲିଥାଏ ପରବ ଉତ୍ସବ । ଏହି ସମୟରେ ଡ୍ୟୁଟିରେ ବ୍ୟସ୍ତ ଥାନ୍ତି ରେଣୁକା । ଡ୍ୟୁଟି ବେଳେ ଶ୍ୱଶୁର ଘରୁ ଫୋନ ଆସିଥିଲା । ଭିଡରେ ଥିବାରୁ ଫୋନ୍ ରିଙ୍ଗ ବି ଶୁଣିପାରିନଥିଲେ ହେଲେ ଡ୍ୟୁଟି ସରିଲାବେଳକୁ ଘରକୁ କଲ କଲା ପରେ ଶୁଣିବାକୁ ପାଇଲେ ସ୍ୱାମୀର ମୃତ୍ୟୁ ଖବର । କର୍ତବ୍ୟ ଆଗରେ ଯେମିତି ହାର ମାନିଯାଇଛି ସବୁକିଛି । ଭିଡ ଭିତରେ ନିଜ କାମ ଭିିତରେ ନିଜକୁ ହଜାଇ ଦେଇଥିବା ଡିଏସପି ରେଣୁକାଙ୍କ ଏହି ସାହାସ ଓ ଧୈର୍ଯ୍ୟକୁ ସଲାମ ସହ ତାଙ୍କୁୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/20-18.jpg)