କରୋନା କାଳରେ ହଜିଗଲା ମାନବିକତା : ଶବକୁ କାନ୍ଧ ଦେଲେନି କେହି; ଅନ୍ତିମ ସଂସ୍କାର ପାଇଁ ଆଗେଇ ଆସିଲେ ସ୍ବେଚ୍ଛାସେବୀ 

132

କନକ ବ୍ୟୁରୋ : କରୋନା କାଳରେ ହଜିଗଲା ମାନବିକତା । ଶବକୁ କାନ୍ଧ ଦେଲେନି କେହି । ଶବ ଛୁଇଁଲେନି ପରିବାର ଲୋକ , ଜାତି ସମାଜ ତଥା ଗାଁ ଲୋକ । ଏପରି କଷ୍ଟକର ସମୟରେ ସ୍ୱର୍ଗଦ୍ୱାର ସେବା ସଂଗଠନ ସଦସ୍ୟ ଶବ ଅନ୍ତିମ ସଂସ୍କାର କରିଲେ । କରୋନା ବିପତି ସମୟରେ ଏପରି ଏକ କଷ୍ଟକର ଖବର ଆସିଛି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକର ସାହାଜପାଟି ଗାଁରୁ । କରୋନା ସଂକ୍ରମଣରୁ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶବ ଦାହ ପାଇଁ କେହି ରାଜି ହୋଇନଥିଲେ ।

ଶେଷରେ ଖବର ପାଇ କେସିଙ୍ଗା ବିଡିଓ ପହଁଚି ଶବର ଅନ୍ତିମସଂସ୍କାର ନେଇ ପଦକ୍ଷେପ ନେଇଥିଲେ । ଏଥିରେ ସହ ଯୋଗ କରିଥିଲା ସ୍ୱର୍ଗଦ୍ୱାର ସେବା ସଂଘ । ସ୍ୱର୍ଗଦ୍ୱାର ସେବା ସଂଘର ସଦସ୍ୟ ମନୋଜ ପଟ୍ଟନାୟକ, ସଜ୍ଜନ କୁମାର ଅଗ୍ରୱାଲ, ସରୋଜ ସାହୁ, ମିତ୍ରସେନ ଭୋଇ, ମନୋଜ ଷଡଙ୍ଗୀ ଓ ସାଥୀ ମୃତକଙ୍କ ଘରେ ପହଁଚି ପିପିଇ କିଟ୍ ପିନ୍ଧି ଶବ ଦାହ କରିଥିଲେ ।