କାର୍ତ୍ତିକ ମାସରେ ଦାଉ ସାଧୁଛି ପରିବା ଦର : ପିଆଜ ପରେ ଆଳୁ ଦାମ୍ ବଢୁଛି ହୁ ହୁ ; ୪୦ ତଳକୁ ନାହିଁ କୌଣସି ପରିବା 

 କିଣିବା ଛାଡନ୍ତୁ ଦର ଶୁଣିଲେ ମୁଣ୍ଡରେ ହାତ ଦେଉଛନ୍ତି ଖାଉଛି 

811

କନକ ବ୍ୟୁରୋ : ରାଜ୍ୟରେ ଆକାଶ ଛୁଆଁ ପରିବା ଦର । ଆଳୁ ଓ ପିଆଜ ଦର ଏପରି ରହିଛି କିଣିବା ଛାଡନ୍ତୁ ବଜାରରେ ଏହାର ଦର ଶୁଣିଲେ ଗ୍ରାହକଙ୍କ ଆଖିରେ ଲୁହ ଆସିଯିବ । ବର୍ତ୍ତମାନ ରାଜ୍ୟରେ ସମସ୍ତ ପରିବାଦର ୪୦ ଟଙ୍କା ଉପରେ ରହିଛି । କଟକରେ ଆଳୁ ଦର କେଜି ପିଛା ୪୦ ଟଙ୍କା ରହିଛି ।

ପିଆଜ ଦର ସାମାନ୍ୟ ହ୍ରାସ ହୋଇ ଏବେ ୬୦ ଟଙ୍କା ରହିଛି । ସେହିପରି ଟମାଟୋ ୫୦, ବନ୍ଧାକୋବି ୪୦, ବାଇଗଣ ୪୦ , କଲରା ୬୦ ଟଙ୍କା ରହିଛି । ତେବେ ବର୍ତମାନ କରୋନା କାଳରେ ଏପରି ଦର ବୋଝ ସିଧାସଳଖ ହାଣ୍ଡିଶାଳ ଉପରେ ପଡିଛି । କେଜି କିଣିବା ସ୍ଥାନରେ ଗ୍ରାହକ ଅଳ୍ପ କିଣି କାମ ଚଳାଉଛନ୍ତି ।

 

Comments are closed.