କନକ ବ୍ୟୁରୋ : ରାଜ୍ୟରେ ଆକାଶ ଛୁଆଁ ପରିବା ଦର । ଆଳୁ ଓ ପିଆଜ ଦର ଏପରି ରହିଛି କିଣିବା ଛାଡନ୍ତୁ ବଜାରରେ ଏହାର ଦର ଶୁଣିଲେ ଗ୍ରାହକଙ୍କ ଆଖିରେ ଲୁହ ଆସିଯିବ । ବର୍ତ୍ତମାନ ରାଜ୍ୟରେ ସମସ୍ତ ପରିବାଦର ୪୦ ଟଙ୍କା ଉପରେ ରହିଛି । କଟକରେ ଆଳୁ ଦର କେଜି ପିଛା ୪୦ ଟଙ୍କା ରହିଛି ।
ପିଆଜ ଦର ସାମାନ୍ୟ ହ୍ରାସ ହୋଇ ଏବେ ୬୦ ଟଙ୍କା ରହିଛି । ସେହିପରି ଟମାଟୋ ୫୦, ବନ୍ଧାକୋବି ୪୦, ବାଇଗଣ ୪୦ , କଲରା ୬୦ ଟଙ୍କା ରହିଛି । ତେବେ ବର୍ତମାନ କରୋନା କାଳରେ ଏପରି ଦର ବୋଝ ସିଧାସଳଖ ହାଣ୍ଡିଶାଳ ଉପରେ ପଡିଛି । କେଜି କିଣିବା ସ୍ଥାନରେ ଗ୍ରାହକ ଅଳ୍ପ କିଣି କାମ ଚଳାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/12-6.jpg)