କନକ ବ୍ୟୁରୋ : ରାଜାରାଜୁଡ଼ା ଶାସନ ଯାଇଛି, ହେଲେ କ୍ଷମତା ଅଳିନ୍ଦରେ ବଂଶବାଦ ରାଜନୀତି ଆଜି ବି ଦେଖିବାକୁ ମିଳୁଛି । ପୁଣି ଆସିଛି ଏହାର ସଦ୍ୟ ଉଦାହରଣ । ବାଲେଶ୍ୱରରେ ମଦନ ମୋହନ ଦତଙ୍କ ମୃତ୍ୟୁ ପରେ ପୁଅ ମାନସ କୁମାର ଦତଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି । ସେହିପରି ତିର୍ତୋଲରେ ବିଷ୍ଣୁ ଦାସଙ୍କ ଅନ୍ତେ ତାଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ଉପରେ ଭରସା କରିଛି ଦଳ ।
ନଜର ପକାଇବା ବାପାଙ୍କ ସ୍ଥାନରେ କେଉଁମାନେ ସେହି ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରୁଛନ୍ତି ।
ଡାକ୍ତର ଦାମୋଦର ରାଉତଙ୍କ ସ୍ଥାନରେ ପାରାଦୀପର ବିଧାୟକ ହୋଇଛନ୍ତି ପୁଅ ସମ୍ବିତ ରାଉତରାୟ
ବାସୁଦେବପୁର ବିଧାନସଭାରେ ବିଜୟଶ୍ରୀ ରାଉତରାୟଙ୍କ ପରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ପ୍ରତିନିଧିତ୍ୱ କରୁଛନ୍ତି ।
ପ୍ରଭାତ ତ୍ରିପାଠୀଙ୍କ ସ୍ଥାନରେ ବାଙ୍କୀ ବିଧାୟକ ବନିଛନ୍ତି ପୁଅ ଦେବୀରଂଜନ ତ୍ରିପାଠୀ
ସେହିପରି ପ୍ରଭାତ ବିଶ୍ୱାଳଙ୍କ ସ୍ଥାନରେ କଟକ-ଚୌଦ୍ୱାର ବିଧାନସଭାର ପ୍ରତିନିଧିତ୍ୱ କରୁଛନ୍ତି ଶୌଭିକ ବିଶ୍ୱାଳ ।
ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଂଜନ ଘଡେଇ, କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତ ରାୟ, ପର୍ଶୁରାମ ପାଣିଗ୍ରାହୀଙ୍କ ପୁଅ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କାଳିନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ର ସାରଥୀ ବେହେରା ଆଦି ନେତା ରାଜ୍ୟ ରାଜନୀତିରେ ସେମାନଙ୍କ ଆସନ ଦୃଢ଼ କରି ସାରିଲେଣି । ରାଜ୍ୟରେ ବାପ-ପୁଅ ରାଜନୀତିର ତାଲିକା ବେଶ ଲମ୍ବା ।
ଏପଟେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର, ଭକ୍ତ ଦାସଙ୍କ ପୁଅ ସାଗର ଦାସ, ବରିଷ୍ଠ ବିଜେଡି ନେତା ଅନଙ୍କ ଉଦୟ ସିଂଦେଓଙ୍କ ପୁଅ ଅର୍କେଶ ସିଂଦେଓଙ୍କ ଭଳି କିଛି ନେତା ନିର୍ବାଚନୀ ରାଜନୀତିରେ ଏଂଟି ପାଇଥିଲେ ବି ସଫଳତା ପାଇନାହାନ୍ତି । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ, ସୁରେନ୍ଦ୍ର ନାୟକ ଭଳି ଅନେକ ନେତା ସେମାନଙ୍କ ପୁଅର ରାଜନୈତିକ କ୍ୟାରିୟର ଗଢ଼ିବା ପାଇଁ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/Screen-Shot-2020-10-12-at-7.23.54-PM.png)