କନକ ବ୍ୟୁରୋ : ଶନିବାରର ଘଟଣା ପରେ ପ୍ରକୃତି ମିଶ୍ର ବି ଚେନ୍ନାଇ ଯାଇଥିଲେ । ଏପରିକି ଚେନ୍ନାଇରୁ ସେ ଗଣମାଧ୍ୟମରେ ବିବାଦ ସମ୍ପର୍କରେ ସଫେଇ ବି ରଖିଥିଲେ । ଏବେ ପ୍ରକୃତି ମିଶ୍ରଙ୍କ ସହ ପରିବାର ବର୍ଗ ବି ଚେନ୍ନାଇ ଯାଇଛନ୍ତି । ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଓ ମାଆ କ୍ରିଷ୍ଣା ମିଶ୍ର ଚେନ୍ନାଇ ଯାଇ ସେଠାରୁ ଏକାଠି ରହିଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

Advertisment

ପ୍ରକୃତି ଓ ବାବୁସାନ୍ ଚେନ୍ନାଇରେ ଥିବା ବେଳେ ଦୁହେଁ ସେଠାରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାନ୍ତି । ଏହା ଭିତରେ ପ୍ରକୃତିଙ୍କ ପରିବାର ଏକାଠି ରହିଥିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ପ୍ରକୃତି, ତାଙ୍କ ମା’ କୃଷ୍ଣପ୍ରିୟା, ବାପା ମନ୍ମଥ ମିଶ୍ର ଓ ଭାଇ ଏକ ହୋଟେଲ ଟେବୁଲ୍‌ରେ ବସିଛନ୍ତି । ଏହି ଫଟୋରୁ, ପ୍ରକୃତିଙ୍କ ପରିବାର ଚେନ୍ନାଇରେ ପହଞ୍ଚିଥିବା ଜଣାଯାଇଛି ।

କିନ୍ତୁ ବାବୁସାନ୍‌ଙ୍କ କିଛି ଖୋଜଖବର ମିଳି ନାହିଁ। ସେ ରହୁଥିବା ହୋଟେଲ ଗତକାଲିଠାରୁ ଛାଡ଼ି ସାରିଥିବା ବେଳେ ଘରକୁ ଫେରିନାହାନ୍ତି । ଖାରବେଳ ପୁଲିସ୍‌ ଦୁହିଁଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ୍‌ ଜାରି କରିଥିବା ବେଳେ ଦୁହେଁ ଆଉ କିଛି ସମୟ ମାଗିଥିବା ଜଣାଯାଇଛି । ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଦୁହେଁ ହାଜର ହେବେ ବୋଲି ପୁଲିସକୁ କହିଛନ୍ତି ।