କନକ ବ୍ୟୁରୋ : ଋଷ ଏବଂ ୟୁକ୍ରେନ ମଧ୍ୟରେ ବଢୁଥିବା ବିବାଦ ଦେଖି ଭାରତୀୟ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ୟୁକ୍ରେନ ଛାଡିବା ପାଇଁ କ୍ୱୀଭରେ ଥିବା ଭାରତୀୟ ଦୂତାବାସ କହିଛି । ୟୁକ୍ରେନରେ ପାଖାପାଖି ୧୮ହଜାର ଭାରତୀୟ ଛାତ୍ରଛାତ୍ରୀ ରହିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ମେଡିକାଲ ପାଠ ପଢୁଛନ୍ତି । ଭାରତୀୟ ଦୂତବାସ ପକ୍ଷରୁ ସ୍ୱଦେଶ ଫେରିବା ପାଇଁ ଭାରତୀୟଙ୍କ ପାଇଁ ଚାର୍ଟାଡ ଫ୍ଲାଇଟ ଓ କର୍ମସିଆଲ ଫ୍ଲାଇଟର ବ୍ୟବସ୍ଥା ବି କରାଯିବ ।
ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ସ୍ଥିତରେ ସେଠାରେ ରହିବା ଜୁରରୀ ନୁହେଁ ଓ ତୁରନ୍ତ ଦେଶ ଛାଡିବା ପାଇଁ ଆଡଭାଇଜରୀରେ କୁହାଯାଇଛି । ଭାରତୀୟମାନଙ୍କୁ ଦୂତାବାସ ସହ ଟୁଇଟର, ଫେସବୁକ ଓ ୱେବସାଇଟ ଜରିଆରେ ଯୋଗଯୋଗ ରଖିବାକୁ ଆଡଭାଇଜରୀରେ କୁହାଯାଇଛି । କିଛି ଦିନ ପୂର୍ବରୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ୱତନ୍ତ୍ର କଂଟ୍ରୋଲ ରୁମ ତିଆରି କରି ୟୁକ୍ରେନରେ ଥିବା ଛାତ୍ରଛାତ୍ରୀ ଓ ଭାରତୀୟଙ୍କ ପାଇଁ ଟୋଲ ଫ୍ରି ନମ୍ବର ଜାରି କରିସାରିଛନ୍ତି ।
ମାକ୍ରନ୍ ଓ ପୁଟିନ୍ଙ୍କ ମଧ୍ୟରେ ପ୍ରାୟ ୧୦୦ ମିନିଟ୍ ଧରି ଆଲୋଚନା ହୋଇଥିବା ଜଣାପଡ଼ିଛି । ଆଜି ମଧ୍ୟ କ୍ରେମ୍ଲିନ ମୁଖପାତ୍ର କହିଛନ୍ତି ଯେ ରୁଷ୍ ୟୁକ୍ରେନ୍କୁ ଦଖଲ କରିବା ପାଇଁ କୌଣସି ଯୋଜନା କରୁନାହିଁ ଏବଂ ଏକ ବୃହତ୍ତ ସାମରିକ ରଣନୀତିକ ନିଷ୍ପତ୍ତି ଅନୁଯାୟୀ ସମରାଭ୍ୟାସ ଚାଲିଛି । ତେବେ ପଶ୍ଚିମ ରାଷ୍ଟ୍ରମାନେ ଲଗାତାର ରୁଷ୍ ଆକ୍ରମଣ କରିବ ବୋଲି ବୟାନ ଦେଉଥିବାରୁ ଏହା ଉତ୍ତେଜନା ବଢ଼ାଉଛି ଏବଂ ପରିସ୍ଥିତିକୁ ଜଟିଳ କରିଦେଉଛି ବୋଲି ରୁଷ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ କହିଛନ୍ତି । ୟୁକ୍ରେନ୍ ଆଜି ରୁଷ୍ ସମର୍ଥିତ ବିଦ୍ରୋହୀ ସଂଗଠନଗୁଡ଼ିକୁ ଟାର୍ଗେଟ୍ କରି ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାରୁ ରୁଷ୍ ଏହାର ଜବାବରେ ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷା କରି ୟୁକ୍ରେନ୍କୁ ଚରମବାଣୀ ଶୁଣାଇ ଦେଇଛନ୍ତି ।
ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରମାନଙ୍କ ଦ୍ବାରା ଆଜି ମଧ୍ୟ ରୁଷ୍ ବିରୋଧରେ ବିଭିନ୍ନ କଟକଣା ଚେତାବନୀ ଦିଆଯାଇଛି ଏବଂ ଏହାଦ୍ବାରା ରୁଷ୍ର ଅର୍ଥନୀତି ଓ ବାଣିଜ୍ୟିକ କାରବାର ଗୁରୁତର ପ୍ରଭାବିତ ହେବ ବୋଲି କୁହାଯାଇଛି । ତେବେ ରୁଷ୍ ଏଭଳି ଚେତାବନୀକୁ ଅଣଦେଖା କରିବା ସହ ରାଷ୍ଟ୍ରହିତରେ ସମସ୍ତ ସାମରିକ ବିକଳ୍ପ ଖୋଲା ରହିବ ବୋଲି ଚେତାବନୀ ଦେଇଛି । ଗୋଟିଏ ପଟେ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତି ଓ ଅନ୍ୟପଟେ ଆକ୍ରମଣ ଯୋଜନା ନାହିଁ ବୋଲି ରୁଷ୍ ବାରମ୍ବାର କହୁଥିବାରୁ ନାଟୋ ସଦସ୍ୟ ରାଷ୍ଟ୍ରମାନେ ଚିନ୍ତାରେ ପଡ଼ିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/ukraine-russia-news-live-updates-families-of-indian-embassy-officials-in-ukraine-have-been-asked-to-move-back-to-india-say-sources.jpg)