ଦୁର୍ଘଟଣା ପରେ କ୍ଷତିପୂରଣ ନେଉଛନ୍ତି ପରିବାର ସଦସ୍ୟ। ଷ୍ଟେସନରେ ପହଞ୍ଚି ସହାୟତା ରାଶି ନେଲେ ମୃତ ଭୁବନାନନ୍ଦଙ୍କ ପତ୍ନୀ 

ଦୁର୍ଘଟଣା ପରେ କ୍ଷତିପୂରଣ ନେଉଛନ୍ତି ପରିବାର ସଦସ୍ୟ। ଷ୍ଟେସନରେ ପହଞ୍ଚି ସହାୟତା ରାଶି ନେଲେ ମୃତ ଭୁବନାନନ୍ଦଙ୍କ ପତ୍ନୀ 

କନକ ବ୍ୟୁରୋ: କେନ୍ଦୁଝର ଘଟଗାଁ ସନ୍ତ୍ରାପୁର ଗାଁର ଭୁବନାନନ୍ଦ ନାୟକ । କରମଣ୍ଡଳ ଟ୍ରେନ୍ ଜରିଆରେ କେରଳ ଯାଉଥିଲେ । ଘରେ ବୁଢା ବାପା, ମାଆ, ସ୍ତ୍ରୀ ଓ ଦୁଇଟି ଛୋଟ ପିଲା । ଘରର ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ବାହାର ରାଜ୍ୟକୁ କାମ ସନ୍ଧାନରେ ଯାଉଥିଲେ । ହେଲେ ଏବେ ଦୁର୍ଘଟଣାର ଶିକାର ହୋଇ ଆଖିବୁଜିଛନ୍ତି ଭୁବନାନନ୍ଦ । ସ୍ୱାମୀଙ୍କର ମୃତ୍ୟୁ ପରେ ଆଜି ବାଲେଶ୍ୱର ଷ୍ଟେସନରେ ପହଞ୍ଚି ସହାୟତା ରାଶି ନେଇଛନ୍ତି ଭୁବନଙ୍କ ସ୍ତ୍ରୀ । ହେଲେ ସ୍ୱାମୀକୁ, ଆଉ ଫେରିପାଇବନି ସ୍ତ୍ରୀ କି, ବୁଢା ବାପା, ମାଆଙ୍କ ପାଖକୁ ପୁଅକୁ ଫେରାଇ ଆଣିପାରିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe