ଦୁର୍ଘଟଣା ପରେ କ୍ଷତିପୂରଣ ନେଉଛନ୍ତି ପରିବାର ସଦସ୍ୟ। ଷ୍ଟେସନରେ ପହଞ୍ଚି ସହାୟତା ରାଶି ନେଲେ ମୃତ ଭୁବନାନନ୍ଦଙ୍କ ପତ୍ନୀ 

Advertisment
ଦୁର୍ଘଟଣା ପରେ କ୍ଷତିପୂରଣ ନେଉଛନ୍ତି ପରିବାର ସଦସ୍ୟ। ଷ୍ଟେସନରେ ପହଞ୍ଚି ସହାୟତା ରାଶି ନେଲେ ମୃତ ଭୁବନାନନ୍ଦଙ୍କ ପତ୍ନୀ 

କନକ ବ୍ୟୁରୋ: କେନ୍ଦୁଝର ଘଟଗାଁ ସନ୍ତ୍ରାପୁର ଗାଁର ଭୁବନାନନ୍ଦ ନାୟକ । କରମଣ୍ଡଳ ଟ୍ରେନ୍ ଜରିଆରେ କେରଳ ଯାଉଥିଲେ । ଘରେ ବୁଢା ବାପା, ମାଆ, ସ୍ତ୍ରୀ ଓ ଦୁଇଟି ଛୋଟ ପିଲା । ଘରର ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ବାହାର ରାଜ୍ୟକୁ କାମ ସନ୍ଧାନରେ ଯାଉଥିଲେ । ହେଲେ ଏବେ ଦୁର୍ଘଟଣାର ଶିକାର ହୋଇ ଆଖିବୁଜିଛନ୍ତି ଭୁବନାନନ୍ଦ । ସ୍ୱାମୀଙ୍କର ମୃତ୍ୟୁ ପରେ ଆଜି ବାଲେଶ୍ୱର ଷ୍ଟେସନରେ ପହଞ୍ଚି ସହାୟତା ରାଶି ନେଇଛନ୍ତି ଭୁବନଙ୍କ ସ୍ତ୍ରୀ । ହେଲେ ସ୍ୱାମୀକୁ, ଆଉ ଫେରିପାଇବନି ସ୍ତ୍ରୀ କି, ବୁଢା ବାପା, ମାଆଙ୍କ ପାଖକୁ ପୁଅକୁ ଫେରାଇ ଆଣିପାରିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe