କନକ ବ୍ୟୁରୋ: ଅନ୍ଧବିଶ୍ୱାସର କରୁଣ ପରିଣତି । ବୃଦ୍ଧାଙ୍କୁ ଡାହାଣୀ ସଜାଇ ପରିବାରକୁ ନିର୍ଯାତନା । ବଡ଼ପୁଅ ଆତ୍ମହତ୍ୟା କରିବାର ୩ମାସ ପରେ ଝିଅଘରେ ଶୁଦ୍ଧିକ୍ରିୟା କାର୍ଯ୍ୟ ସମ୍ପନ୍ନ କଲେ ପରିବାର ଲୋକେ । କେନ୍ଦୁଝର ଝୁମ୍ପୁରା ବ୍ଲକ ରଗଡିସାହିରେ ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ଏଭଳି ସମ୍ବେଦନଶୀଳ ଘଟଣା ବର୍ତମାନର ସଭ୍ୟ ସମାଜକୁ ଆଙ୍ଗୁଳି ଉଠାଇଛି । ପଡୋଶୀଙ୍କ ମୃତ୍ୟୁକୁ ନେଇ ଆଦିବାସୀ ସମ୍ପ୍ରଦାୟର ଗହ୍ମା ମୁଣ୍ଡାଙ୍କ ପରିବାରକୁ ଗାଁ ଲୋକଙ୍କ ପକ୍ଷରୁ ବାସନ୍ଦ କରାଯାଇଛି । ଏଭଳି କି ପୁଅର ଆତ୍ମହତ୍ୟା ପରେ ମଧ୍ୟ ପରିବାରକୁ ଶୁଦ୍ଧି ହେବାପାଇଁ ଗାଁରେ ପ୍ରବେଶ କରାଯାଇନଥିଲା । ତିନିମାସ ପରେ ପରିବାର ଲୋକେ ଝିଅଘରକୁ ଯାଇ ଶୁଦ୍ଧିକ୍ରିୟା କରିଥିବା ଜଣାପଡିଛି ।

Advertisment

ପଡୋଶୀଙ୍କ ମୃତ୍ୟୁକୁ ନେଇ ଗହ୍ମା ମୁଣ୍ଡାଙ୍କ ପତ୍ନୀ ସୁନାମଣିଙ୍କୁ ଡାହାଣୀ ସଜାଇ ଗାଁ ଲୋକମାନେ ପୂରା ପରିବାରକୁ ବାସନ୍ଦ କରିଥଲେ । ସେବେଠୁ ଏହି ପରିବାର ବେସାହାରା ହୋଇ ବୁଲୁଥିବା ପରିସ୍ଥିତି ଶାନ୍ତ ପଡିଲେ ଗାଁକୁ ଫେରିବେ ବୋଲି କହିଛନ୍ତି ।