କନକ ବ୍ୟୁରୋ : ନିର୍ବାଚନ ମୈଦାନରେ ଶାଶୁ ବୋହୂ ଲଢେଇ । ପଞ୍ଚାୟତ ନିର୍ବାଚନ ପାଇଁ ଡ଼ୋର ଟୁ ଡ଼ୋର କ୍ୟାମ୍ପେନ କରୁଛନ୍ତି ପ୍ରାର୍ଥୀ । ବସ୍ତା ବାଲିଆପାଳ ବ୍ଲକ ୨୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ଜିଲ୍ଲା ପରିଷଦ ପାଇଁ ନିର୍ବାଚନ ଲଢୁଛନ୍ତି ଶାଶୁ ବୋହୂ । ଶାଶୁ କାଞ୍ଚନ ଜେନା ବିଜେଡ଼ି ସମର୍ଥିତ ପ୍ରାର୍ଥୀ ହୋଇଥିବା ବେଳେ ବୋହୂ ବନୀତା ଜେନା କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।
ଶାଶୁ ନିଜ ସମର୍ଥକଙ୍କ ସହ ଘର ଘର ବୁଲି ପ୍ରଚାର କରୁଥିବା ବେଳେ ବୋହୁ ତାଙ୍କ ସପକ୍ଷରେ ଭୋଟ ଦେବାପାଇଁ ଭୋଟରଙ୍କୁ ନିବେଦନ କରୁଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ଶାଶୁ ବୋହୂ ମୁହାଁମୁହିଁ ହୋଇଥିଲେ । ସେଥିରେ ବୋହୂ ବନୀତା ବାଜିମାତ୍ କରିଥିଲେ । ଏଥର ବିଜେଡ଼ି ଓ କଂଗ୍ରେସ ଦଳୀୟ ଚିହ୍ନରେ ପୁଣି ଥରେ ସାମ୍ନାସାମ୍ନି ହେଉଥିବାରୁ କିଏ ବାଜିମାତ କରୁଛି ତାହା ଦେଖିବାକୁ ସମସ୍ତଙ୍କ ମନରେ ଉତ୍ସାହ ରହିଛି । ନିର୍ବାଚନ ମୈଦାନରେ ଦୁହେଁ ଲଢେଇ କରୁଥିବା ବେଳେ ଘରେ ଦୁହିଁଙ୍କ ମଧ୍ୟରେ ରହିଛି ଅତୁଟ ଭଲପାଇବା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/5-16.jpg)