ଯେବେ ହକ୍ ପାଇଁ ବୋହୂ କରେ ବିଦ୍ରୋହ! ଶାଶୁଙ୍କ ସହ କରେ ଯୁଦ୍ଧ, ମିଡିଆରେ ହୁଏ ଚର୍ଚ୍ଚା

47

କନକ ବ୍ୟୁରୋ : ବୋହୂର ମାନ୍ୟତା ପାଇଁ ଶାଶୁଘରେ ଯୁବତୀଙ୍କ କଳି । ହକ ପାଇଁ ବୋହୁର ବିଦ୍ରୋହ । ଶାଶୁ ଓ ଜେଜେ ଶାଶୁଙ୍କ ସହ ମୁହାଁମୁହିଁ । କଥା କଟାକଟି ଓ ଠେଲାପେଲା । ଆଉ କ୍ୟାମେରାରେ କଏଦ ହେଲା ଶାଶୂ-ବୋହୂ ହାତାହାତି ହେବାର ଦୃଶ୍ୟ । ଯୁବତୀଙ୍କ ଅଭିଯୋଗ ଯୌତୁକ ଦାବିରେ ଘରୁ ବାହାର କରିଦେବା ପରେ ଆଉ ଗ୍ରହଣ କରୁ ନାହାନ୍ତି ଶାଶୁଘର ଲୋକ । ଏପଟେ ଯୁବତୀଙ୍କୁ ଗ୍ରହଣ କରିବା ତ ଦୂରର କଥା, ତାଙ୍କୁ ଚିହ୍ନିନଥିବା କହିଛନ୍ତି ପୁଅଘର ପରିବାର । ତେବେ କଣ ଏହି କଳି ପଛର କାହାଣୀ?

Screen shot 2017-10-24 at 9.22.01 PMରଞ୍ଜିତା ସାମନ୍ତରାୟ ।ଜଣେ ଏୟାରହୋଷ୍ଟେସ ଛାତ୍ରୀ ।ଜୁଡୋ କରାଟେରେ ବ୍ଲାକ ବେଲ୍ଟ ମଧ୍ୟ ହାସଲ କରିଛନ୍ତି । କିଛିବର୍ଷ ପୂର୍ବେ ପ୍ରେମରେ ଆଶୀର୍ବାଦ ମହାନ୍ତିଙ୍କ ପ୍ରେମରେ ପଡି ଯାଇଥିଲେ ରଞ୍ଜିତା । କିଛିଦିନର ପ୍ରେମ ପରେ, ମନ୍ଦିରରେ ହୋଇଥିଲେ ବିବାହ । ଆକାଶରେ ଉଡିବାର ନିଶାକୁ ପଛରେ ପକାଇ, ଆଶୀର୍ବାଦଙ୍କ ଘରେ ବୋହୂ ହେବାର ସ୍ୱପ୍ନ ଦେଖିଥିଲେ । ହେଲେ ବିବାହର ମାତ୍ର ୨ଦିନ ପରେ ଯୌତୁକ ପାଇଁ ଶାଶୁଘର ଲୋକେ ତଡିଦେଇଥିବା ଅଭିଯୋଗ କରିଛନ୍ତି । କାର ଓ ୫ ଲକ୍ଷ ଟଙ୍କା ଦାବି କରୁଥିବାବେଳେ ପୁଅକୁ କେଉଁଆଡେ ପଠାଇ ଦେଇ ବୋହୂ ବୋଲି ସ୍ୱୀକାର କରୁବାକୁ ଅମଙ୍ଗ ହେଉଛନ୍ତି ଶାଶୁଘର ଲୋକ ।

ରଞ୍ଜିତାଙ୍କ ଅଭିଯୋଗ ଯୌତୁକରେ କାର ଦିଆଯାଇନଥିବାରୁ ଘରୁ ବାହାର କରିଦେଇଛନ୍ତି ଶାଶୁଘର ଲୋକ । ଏବେ ପୁଅର ଅନ୍ୟତ୍ର ବିବାହ ସ୍ଥିର କରିଦେଇଥିବା ଶୁଣି ନିଜ ହକର ଲଢେଇ କରିବାକୁ ପହଂଚି ଯାଇଛନ୍ତି । ଅନ୍ୟପଟେ ଅଭିଯୋଗକୁ ସଂପୂର୍ଣ୍ଣ ଭିତିହୀନ ବୋଲି କହିଛନ୍ତି ଆଶୀର୍ବାଦଙ୍କ ପରିବାର । କିନ୍ତୁ ହକ୍ ନ ପାଇବା ପର୍ଯ୍ୟନ୍ତ ଚୁପ୍ ବସିବେନି ବୋଲି କହିଛନ୍ତି ରଞ୍ଜିତା ।

ପ୍ରେମକରି ଆଶୀର୍ବାଦଙ୍କ ହାତ ଧରିବା ଅଭିଶାପ ପାଲଟି ଯାଇଛି ରଞ୍ଜିତାଙ୍କ ପାଇଁ । ବୋହୂର ମାନ୍ୟତା ପାଇବାକୁ ନିଜ ଶାଶୁଘର ଲୋକଙ୍କ ସହ ହାତାହାତି ହେବାକୁ ପଡୁଛି । ବିବାହ ସମୟର ଫଟୋ ପ୍ରମାଣ ହିସାବରେ ଦେଖାଇଛନ୍ତି ରଂଜିତା । ତେଣୁ ପୁରା ମାମଲାର ତଦନ୍ତ ଜରୁରୀ ହୋଇପଡିଛି ।